EnewsOdia.Com

ମୋଦୀଙ୍କ ନିମନ୍ତ୍ରଣ ରକ୍ଷାକରି ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ୍‌

ଫେବ୍ରୁଆରି ମାସ ଦ୍ବିତୀୟ ସପ୍ତାହରେ ଭାରତ ଆସିପାରନ୍ତି ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ।   ଭାରତ ଓ ଆମେରିକାର ଅଧିକାରୀମାନେ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବାପରେ ଏନେଇ ବିଧିବଦ୍ଧ ଘୋଷଣା କରାଯିବାନେଇ ସୂଚନା ରହିଛି। ଗତବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ଉପରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ, ‘ମୁଁ ଭାରତ ଯାଏ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ। ମୁଁ ମୋର ସମୟ ଓ ସୁବିଧା କାଢ଼ି ନଶ୍ଚୟ ଭାରତ ଯାଇ ବୁଲିଆସିବି।’ ତେବେ, ଟ୍ରମ୍ପ୍‌ ମୋଦୀଙ୍କ ନିମନ୍ତ୍ରଣକୁ ରକ୍ଷା କରି ଖୁବ୍ ଶୀଘ୍ର ଭାରତ ଆସୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ସେପ୍ଟମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ୍‌ଙ୍କୁ ନିମନ୍ତ୍ରଣ ଦେଇ ୨୦୧୯ ଜାନୁଆରି ୨୬ ତାରିଖରେ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହୋଇ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ସେହିବର୍ଷ ଅକ୍ଟୋବର ମାସରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଖବର ଆସିଥିଲା ଯେ ନିଜର ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଟ୍ରମ୍ପ୍‌ ଭାରତ ଗସ୍ତ କରିବାକୁ ଅସମର୍ଥ। ସେ ୨୦୧୯ ମସିହା ଜାନୁଆରିରେ ଭାରତ ଯାଇପାରିବେ ନାହିଁ।

ପଢନ୍ତୁ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ

ସମ୍ବନ୍ଧିତ ଖବର

ନୂଆବର୍ଷରେ ଉତ୍ସବ ପରିବର୍ତ୍ତେ ଉପବାସ କରିବ କଂଗ୍ରେସ

Ratnamani Maharana

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

Ratnamani Maharana

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

Ratnamani Maharana

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ଭାଷା ଶିଖୁଛନ୍ତି ଅମିତ୍ ଶାହା

Ratnamani Maharana

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

Ratnamani Maharana

ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

Ratnamani Maharana