EnewsOdia.Com

ଅହମଦାବାଦରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବେ ୧କୋଟି ଲୋକ : ଟ୍ରମ୍ଫ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆସନ୍ତା ୨୪-୨୫ରେ ଟ୍ରମ୍ଫ ଓ ତାଙ୍କ ପତ୍ନୀ ଦୁହେଁ ଭାରତ ଗସ୍ତରେ ଆସୁଛନ୍ତି । ଏହି ଦୁଇ ଦିନିଆ ଭାରତ ଗସ୍ତରେ ଟ୍ରମ୍ଫ ନୂଆଦିଲ୍ଲୀ ଓ ଅହମଦାବାଦ ଗସ୍ତ କରିବେ । ତେବେ ସେ ଅହମଦାବାଦ ଏୟାରପୋର୍ଟରୁ ମୋଟେରି ଷ୍ଟାଡିୟମ ଯିବା ରାସ୍ତାରେ ତାଙ୍କୁ ୧କୋଟି ଲୋକ ସ୍ୱାଗତ କରିବେ ବୋଲି ଟ୍ରମ୍ଫ କହିଛନ୍ତି । ଗତକାଲି ଆମେରିକାରେ ଏକ ରାଲିକୁ ଉଦବୋଧନ ଦେବା ସମୟରେ ଟ୍ରମ୍ଫ ଏଭଳି କହିଛନ୍ତି ।

ଅନ୍ୟପଟରେ ମୋଟେରି ଷ୍ଟାଡିୟମରେ ହେବାକୁ ଥିବା ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମରେ ଉଭୟ ଟ୍ରମ୍ଫ ଓ ମୋଦି ଯୋଗ ଦେବେ । ଏଥିପାଇଁ ଭାରତ ସରକାରଙ୍କ ସୂଚନା ଅନୁସାରେ ଅହମଦାବାଦ ଷ୍ଟାଡିୟମରୁ ମୋଟେରି ଯିବା ରାସ୍ତାରେ ଟ୍ରମ୍ଫଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ୧ଲକ୍ଷରୁ ୨ଲକ୍ଷ ଲୋକଙ୍କ ଭିଡ ହେବ ବୋଲି ସୂଚନା ଦିଆଯାଇଛି । ଯଦି ଟ୍ରମ୍ଫଙ୍କ କଥା ସତ ତେବେ ଏହା କିପରି ସମ୍ଭବ ହୋଇପାରିବ ବୋଲି ସାଧାରଣ ମହଲରେ ପ୍ରଶ୍ନ ଉଠିଛି । ଟ୍ରମ୍ଫଙ୍କ କହିବା ଅନୁସାରେ ତାଙ୍କୁ ସ୍ୱାଗତ କରିବା ପାଇଁ ୧୦ ବିଲିଅନ ବା ୧କୋଟି ଲୋକଙ୍କ ଭିଡ ହେବ । କିନ୍ତୁ ପୁରା ଅହମଦାବାଦ ଜିଲ୍ଲାର ଲୋକସଂଖ୍ୟା ହିଁ ୭୦ଲକ୍ଷ । ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏକାଠି ହେଲେ ବି ଏକ କୋଟି ହୋଇପାରିବ ନାହିଁ ।

ପଢନ୍ତୁ: ୫ ମାସରେ ୩୮ କୋଟିରୁ ଅଧିକ ଜୋରିମାନା ଆଦାୟ

ସମ୍ବନ୍ଧିତ ଖବର

୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

Ratnamani Maharana

ଆସୁଛନ୍ତି ଗଜଲକ୍ଷ୍ମୀ : ସଜେଇ ହେଉଛି ଢେଙ୍କାନାଳ

Ratnamani Maharana

‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

Ratnamani Maharana

୨୦୨୦ ପହିଲାରୁ ବଦଳୁଛି ଏହିସବୁ ନିୟମ

Ratnamani Maharana

ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

Ratnamani Maharana

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ଅମିତ ଶାହ

Ratnamani Maharana