POLITICALS

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ, ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ

Trump Want To Mediate In Kashmir Issues Thumbnail 750x430

କାଶ୍ମୀର ମାମଲାରେ ପୁଣି ଥରେ ମୁଣ୍ଡ ପୁରେଇଲା ଆମେରିକା । ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ପୁଣି ଥରେ ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ। ତେବେ କଶ୍ମୀରକୁ ସେ ଜଟିଳ ପରିସ୍ଥିତି ବୋଲି କହିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ କଥାବାର୍ତ୍ତା ମଧ୍ୟରେ ଏହାର ସମାଧାନ ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ। ନିଜ ଆଡୁ ପ୍ରସ୍ତାବ ଦେଇ ଚଳିତ ସପ୍ତାହରେ ଏନେଇ ମୋଦିଙ୍କ  ସହ କଥାବାର୍ତ୍ତା ହେବେ ସେ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ମଧ୍ୟସ୍ଥତା କରିବାକୁ ସମସ୍ତ ପ୍ରୟାସ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ହିନ୍ଦୁ ଓ ମୁସଲମାନଙ୍କ  ମଧ୍ୟରେ ମତପାର୍ଥକ୍ୟ ଫଳ କଶ୍ମୀର ସମସ୍ୟା ବୋଲି ମଧ୍ୟ ଟ୍ରମ୍ପ୍‌ ଚିତ୍ରଣ କରିଛନ୍ତି।ସେ ସାମ୍ବାଦିକମାନଙ୍କୁ କହିଛନ୍ତି; ସେଠାରେ ହିନ୍ଦୁ ଓ ମୁସଲମାନ ଅଛନ୍ତି। ମୋ ମତରେ, ସେମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚଳଣି ଚଳୁ ନାହାନ୍ତି। ସେ ଆହୁରି କହିଲେ, ବଡ଼ ଜଟିଳ ପରିସ୍ଥିତି। ଧର୍ମ ସଂକ୍ରାନ୍ତରେ ଅନେକ କିଛି କରିବାକୁ ପଡ଼ିବ। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି  କହିଛନ୍ତି, ଫ୍ରାନ୍‌ସ୍‌ର ବାୟାରିଜ୍‌ ଠାରେ ଜି-୭ ଶିଖର ବୈଠକ ସମୟରେ ସପ୍ତାହନ୍ତ ବେଳକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍‌ କରିବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ  ଏବଂ ଇମ୍ରାନ୍‌ ଖାଁଙ୍କ ସହ ଫୋନ୍‌ ଯୋଗେ କରିଥିବା କଥାବାର୍ତ୍ତା ସଂକ୍ରାନ୍ତରେ ମଧ୍ୟ ସେ କହିଛନ୍ତି।

ପଢନ୍ତୁ: ଭାରତୀୟ ସେନାରେ ନିଯୁକ୍ତି ପରୀକ୍ଷା ଦେଉଥିଲେ ୭ ନକଲି ପରୀକ୍ଷାର୍ଥୀ

Related posts

ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନାହିଁ : ବିଜେଡି ପକ୍ଷରୁ ପ୍ରତିବାଦ

ENO Beuro

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ENO Beuro

ବିଜେପି ଚାପରେ “କାଳିଆ”ବନ୍ଦ: ବିଜେଡ଼ି

Ratnamani Moharana

1 comment

ଆରପାରିରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌର August 21, 2019 at 11:17 am

[…] କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ… […]

Leave a Comment