EnewsOdia.Com

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

ଭାରତୀୟ ଜନୌଷଧି ପରିଯୋଜନା କେନ୍ଦ୍ରରେ ଉପସ୍ଥିତ ଜନତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ବାର୍ତ୍ତାଳାପ କରିଛନ୍ତି ମୋଦି। ଏହି ଅବସରରେ ମୋଦି କରୋନା ଭାଇରସକୁ ନେଇ ଭାରତବାସୀଙ୍କୁ ଦେଇଛନ୍ତି ସଚେତନତାର ବାର୍ତ୍ତା।  କରୋନା ଭୂତାଣୁ ଯେମିତି ବ୍ୟାପୁଛି, ଠିକ୍‌ ସେମିତି ଏହାକୁ ନେଇ ଅନେକ ଗୁଜବ ଏବଂ ଅପପ୍ରଚାର ମଧ୍ୟ ତୀବ୍ର ବେଗରେ ବ୍ୟାପୁଛି। ତେଣୁ ଏସବୁ ଗୁଜବଠାରୁ ନିଜକୁ ଦୂରେଇ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ମୋଦୀ କହିଥିଲେ, କିଏ କହୁଛି ଏଇଟା ଖାଅନି, ସେଇଟା କରନି। କିଛି ଲୋକ କେତେକ ଜିନିଷ ଆଣି କହୁଛନ୍ତି ଯେ, ଏହାକୁ ଖାଇଲେ କରୋନାରେ ଆକ୍ରାନ୍ତ ହେବା ନାହିଁ। ଆମକୁ ଏସବୁ ଅପପ୍ରଚାର ଏବଂ ଗୁଜବକୁ ଅଣଦେଖା କରିବା ଜରୁରୀ। ଯାହା ବି କରିବା, ଡାକ୍ତରଙ୍କ ପରାମର୍ଶ ନେଇ କରିବା। ଏବେ ପୂରା ଦୁନିଆ ‘ନମସ୍ତେ’ର ଅଭ୍ୟାସ କରୁଛି। ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ ଛାଡ଼ିଦେଇଛେ, ତେବେ ହାତ ମିଳାଇ ଅଭିନନ୍ଦନ ଜଣାଇବା ବଦଳରେ ‘ନମସ୍ତେ’ ଅଭ୍ୟାସ କରିବା ଉଚିତ।

ପଢନ୍ତୁ:  କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

ସମ୍ବନ୍ଧିତ ଖବର

ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି ଓରିଓ ସେକ୍‌, କିଟ୍‌କାଟ୍‌ ସେକ୍‌

Ratnamani Maharana

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଯୁବ ଯାତ୍ରୀଙ୍କୁ ରିହାତି

Ratnamani Maharana

ରାନୀ ପଣ୍ଡାଙ୍କୁ ମନା ଖଣ୍ଡଗିରି ଯାତ୍ରା

Ratnamani Maharana

ଆସିଲା ବର୍ଷା ପରର ବିକଳ ଚିତ୍ର, ପିପିଲିରେ କୃତ୍ରିମ ବନ୍ୟା

Ratnamani Maharana

ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

Ratnamani Maharana

ରାଜନୀତି କରିବେ ସାଇନା ନେହୱାଲ

Ratnamani Maharana