ଏହି ଧରଣର ଲୋକଙ୍କୁ କରନ୍ତୁ ନାହିଁ ବିଶ୍ୱାସ? ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

ପ୍ରତେକ ସମ୍ପର୍କ ବିଶ୍ୱାସରେ ଚାଲିଥାଏ। ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେ ସମ୍ପର୍କ ଅଧିକଦିନ ଚାଲିନଥାଏ। କୌଣସି ଲୋକଙ୍କୁ ଆଖି ବୁଜି ବିଶ୍ୱାସ କରିବା ଉଚିତ ନୁହେଁ। ତେବେ, ଯେକୌଣସି ବ୍ୟକ୍ତିକୁ ଆଖି ବୁଜି ବିଶ୍ୱାସ କରିବା ସଂପର୍କକୁ ସମ୍ମାନ ନୁହେଁ ବରଂ ନିଜକୁ ଅନ୍ଧାର ଭିତରକୁ ଠେଲି ଦେବା ସହ ସମାନ ହୋଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ-

କେହି ଯଦି ତା’ର ପୂର୍ବ ସଂପର୍କକୁ ଅଣଦେଖା କରି ତୁମକୁ ସହାରା ଦେବାକୁ ଆସିଥାନ୍ତି ତେବେ ଧରିନିଅନ୍ତୁ ସେ ଜଣେ ପ୍ରତାରକ। ଭବିଷ୍ୟତରେ ତୁମ ସହ ବି ସେପରି ହୋଇପାରେ। କାହା ସହ ଘନିଷ୍ଠ ହେବା ପୂର୍ବରୁ ପ୍ରଥମେ ସେ ତାଙ୍କ ସଂପର୍କଗୁଡ଼ିକୁ କିପରି ତୁଲାଇଛନ୍ତି ସେ ବିଷୟରେ ନିଶ୍ଚିତ ହୁଅନ୍ତୁ।

ଅନ୍ୟ କେଉଁ ବ୍ୟକ୍ତି ଆଗରେ ତୁମକୁ ସାହାରା ଦେଇ ପାରିବାର ସାମର୍ଥ୍ୟ ରଖୁନଥିବା ବ୍ୟକ୍ତି ବି ବିଶ୍ୱାସଯୋଗ୍ୟ ନୁହଁନ୍ତି। ଏମିତି ଅନେକ ଲୋକ ଥାଆନ୍ତି ଗୁପ୍ତ ଭାବେ ଖୁବ୍‌ ସମବେଦନା ଦେଖାନ୍ତି ମାତ୍ର ସର୍ବସାଧାରଣରେ ଅଚିହ୍ନା ପାଲଟି ଯାଆନ୍ତି। ସେ ଧରଣର ବ୍ୟକ୍ତି ତ ଆଦୌ ବିଶ୍ୱାସ ଯୋଗ୍ୟ ନୁହଁନ୍ତି।

ଏମିତି ଅନେକ ଲୋକ ଥାଆନ୍ତି ସଂପର୍କକୁ ବଞ୍ଚାଇବା ପାଇଁ ମିଛର ସାହାରା ନିଅନ୍ତି। ଅନେକ କଥା ଗୁପ୍ତ ରଖନ୍ତି। ସଂପର୍କକୁ ବଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସାଯୋଗ୍ୟ ହୋଇପାରେ ମାତ୍ର ସେମାନେ ବିଶ୍ୱାସ ଯୋଗ୍ୟ ନୁହଁନ୍ତି।

ପଢନ୍ତୁ;

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

ଅନ୍ୟ କେଉଁ ବ୍ୟକ୍ତି ଆଗରେ ତୁମକୁ ସାହାରା ଦେଇ ପାରିବାର ସାମର୍ଥ୍ୟ ରଖୁନଥିବା ବ୍ୟକ୍ତି ବି ବିଶ୍ୱାସଯୋଗ୍ୟ ନୁହଁନ୍ତି। - 4.5

90%

ଏମିତି ଅନେକ ଲୋକ ଥାଆନ୍ତି ସଂପର୍କକୁ ବଞ୍ଚାଇବା ପାଇଁ ମିଛର ସାହାରା ନିଅନ୍ତି। ଅନେକ କଥା ଗୁପ୍ତ ରଖନ୍ତି। - 4.1

82%
4.3/5

Very Good!

ଏହି ଧରଣର ଲୋକଙ୍କୁ କରନ୍ତୁ ନାହିଁ ବିଶ୍ୱାସ? ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

ପ୍ରତେକ ସମ୍ପର୍କ ବିଶ୍ୱାସରେ ଚାଲିଥାଏ। ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେ ସମ୍ପର୍କ ଅଧିକଦିନ ଚାଲିନଥାଏ। କୌଣସି ବ୍ୟକ୍ତିକୁ ଆଖି ବୁଜି ବିଶ୍ୱାସ କରିବା ଉଚିତ ନୁହେଁ। ତେବେ, ଯେକୌଣସି ବ୍ୟକ୍ତିକୁ ଆଖି ବୁଜି ବିଶ୍ୱାସ କରିବା ସଂପର୍କକୁ ସମ୍ମାନ ନୁହେଁ ବରଂ ନିଜକୁ ଅନ୍ଧାର ଭିତରକୁ ଠେଲି ଦେବା ସହ ସମାନ ହୋଇଥାଏ।

No Votes Yet

You're not rated yet