News

ଏମ୍‌.ଏସ୍‌.ଲ’ କଲେଜର ବାର୍ଷିକ ଉତ୍ସବ:‘ଇତିହାସକୁ ନ ବଦଳାଇ ନୂଆ ଇତିହାସ ସୃଷ୍ଟି କରାଯାଉ’

ମଧୁସୂଦନ ଆଇନ ମହାବିଦ୍ୟାଳୟ ମଧୁସୂଦନ ଦାସ ନାମରେ ନାମିତ ହୋଇଛି।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମ ଶୁଣିଲେ ପ୍ରତ୍ୟେକ ଓଡ଼ିଆ ଆତ୍ମ ସଚେତନ ହୋଇଯାଏ। ଭାରତୀୟ ସଂସ୍କୃତି, ଏକତା, ଅଖଣ୍ଡତା ଉପରେ ମତ ଦେବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ ଦେଶର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜାତିର ଇତିହାସ ନବଦଳାଇ ନୂଆ ଇତିହାସ ରଚନା କରିବାକୁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ନିହାତି ଆବଶ୍ୟକ। ଦେଶର ବିଭିନ୍ନ ଅନୁଷ୍ଠାନ ଏବେ ଅବକ୍ଷୟ ଆଡକୁ ଗତି କରୁଥିବା ବେଳେ ଏଥିରେ ଅଙ୍କୁଶ ଲଗାଇବାକୁ ହେଲେ ବିଶେଷ ଭାବେ ଆଇନ ପାଠ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ଅତିଥି  ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି।

କଲେଜର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆମେଚ୍‌ର ବେସ୍‌ବଲ୍‌ ଫେଡରେସନ୍‌ ଅଫ ଇଣ୍ଡିଆର ସଭାପତି ପଙ୍କଜ ଲୋଚନ ମହାନ୍ତି ଯୋଗ ଦେଇଥିଲେ। ଉତ୍ସବରେ ଛାତ୍ର ପରିଷଦ ଉପଦେଷ୍ଟା ଡକ୍ଟର ସତ୍ୟନାରାୟଣ ମଲ୍ଲିକ ଅତିଥି ପରିଚୟ ଦେଇଥିବା ବେଳେ ଛାତ୍ର ପରିଷଦ ଆବାହାକ ରାଧାମାଧବ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କଲେଜର ପତ୍ରିକା ‘ଦ ଜର୍ନାଲ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ପଢନ୍ତୁ; କେଉଁ ସ୍ଵଭାବର ଲୋକମାନେ ଅଧିକ ନଖ କାମୁଡ଼ିଥାନ୍ତି ? ଜାଣନ୍ତୁ ସେ ସମ୍ପର୍କରେ

Related posts

ବାଜିଲା ବିଗୁଲ:ଏପ୍ରିଲ ୧୧ ,୧୮,୨୩,୨୯ରେ ଓଡିଶା ଭୋଟ

ENO Beuro

କାଳିଆ ଯୋଜନା: ଅଯୋଗ୍ୟ ହିତାଧିକାରୀଙ୍କଠୁ ଟଙ୍କା ଫେରସ୍ତ ନିଆଯିବ

ENO Beuro

ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ:ଟ୍ରେନରେ ଯାତ୍ରା ସମୟରେ ମୃତ୍ୟୁ ହେଲେ ରେଲ ବିଭାଗ ଦେବ କ୍ଷତିପୂରଣ!

ENO Beuro

1 comment

Leave a Comment