ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି।
ଘରର ଗୁରୁଜନମାନେ ଅନେକ ସମୟରେ ଆମମାନଙ୍କୁ ବହୁତ ଛୋଟ ବଡ ଜାଣିବା କଥା ଶିଖାଇଥାନ୍ତି। ଯେତିମିକି ଚପଲ ଓଲଟା ରଖିବା, ଗୁରୁବାର ଦିନ ନଖ ନ କାଟିବା, ରାତିରେ ଝାଡୁ ନ କରିବା ଇତ୍ୟାଦି। ଏହାମଧ୍ୟରେ ରାତିରେ ନଖ କାଟିବା ଉଚିତ କିମ୍ବା ଉଚିତ ନୁହେଁ, ତାହାକୁ ନେଇ ସବୁବେଳେ କିଛି ନା କିଛି ଦ୍ୱନ୍ଦ୍ୱ ରହିଥାଏ। ରାତିରେ ନଖ ନ କାଟିବା ପାଇଁ ଘରର ଗୁରୁଜନମାନେ କହିଥାନ୍ତି। କିନ୍ତୁ ଏହା ପଛରେ କେଉଁ କାରଣ ରହିଛି, ତାହା ଆମକୁ କୁହନ୍ତି ନାହିଁ। ରାତିରେ ନଖ କାଟିବା ଯୋଗୁଁ ଜୀବନରେ ଅଶୁଭତା ଆସିଥାଏ ବୋଲି ଆମେ ଶୁଣିଛେ। ବର୍ତ୍ତମାନ ଯୁଗ ଅନୁଯାୟୀ ଅନେକ ପରିବର୍ତ୍ତନ ଆସିଛି। ଠିକ୍ ସେହିପରି ଆଗକାଳର ଲୋକ ଏବଂ ଏବେକାର ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଅନେକ ଅନ୍ତର ରହିଛି। ବର୍ତ୍ତମାନର ଯୁବପିଢି ତର୍କ ନ କରି କୌଣସି ବିଚାରକୁ ଆପଣାଇବା ଅସମ୍ଭବ।
୧) ନଖ ଆମ ଆଙ୍ଗୁଠିକୁ ସୁରକ୍ଷିତ ରଖିଥାଏ। ଆମ ଆଙ୍ଗୁଠିକୁ ଅନ୍ୟ ଆଘାତରୁ ବଞ୍ଚାଇବା ପାଇଁ ନଖ ରହିଥାଏ। ପୁରାତନ ଯୁଗରେ ପ୍ରାୟ ସମସ୍ତଙ୍କ ଘରେ ବିଜୁଳି ଆଲୋକ ନଥିଲା। ଏଥିପାଇଁ ସୂର୍ଯ୍ୟ ଆଲୋକରେ ଲୋକମାନେ ସବୁ କାର୍ଯ୍ୟ କରୁଥିଲେ। ସେଥିପାଇଁ ଲୋକମାନେ ଆଗକାଳରେ ଦିନ ସମୟରେ ହିଁ ନଖ କାଟୁଥିଲେ।
୨) ଏହାଛଡା ପ୍ରାଚୀନ କାଳରେ ଲୋକଙ୍କ ପାଖରେ ନେଲ୍କଟର ଉପଲବ୍ଧ ନଥିଲା। ସେତେବେଳେ ଲୋକ ନଖକୁ ଛୁରିରେ କାଟୁଥିଲେ। ସେଥିପାଇଁ ନଖକୁ କୌଣସି ଆଘାତ ନ ପହଞ୍ଚିବା ପାଇଁ ଦିନରେ ସୂର୍ଯ୍ୟ ଆଲୋକରେ ସେମାନେ ନଖର କାଟିବାକୁ ବାଧ୍ୟ ହେଉଥିଲେ।
୩) ନଖ କାଟିବା ସମୟରେ ନଖ ଛିଟିକ୍ ପଡି କୌଣସି ଖଦ୍ୟ ପଦାର୍ଥ ହେଉ ଅବା ଆଖିରେ ହେଉ ପଡିଯିବାର ଭୟ ଥାଏ। ଏଥିପାଇଁ ରାତିରେ ନଖ କାଟିବାକୁ ବାରଣ କରାଯାଇଥାଏ। କହିବାକୁ ଗଲେ, ପ୍ରାଚୀନ କାଳରେ ରାତିରେ ଆଲୋକ ନଥିବା ଯୋଗୁଁ ଗୁରୁଜନମାନେ ନଖ କାଟିବାକୁ ମନା କରୁଥିବେ। ଯାହାକୁ ଏବେ ଲୋକ ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତଧାରଣାରେ ପରିବର୍ତ୍ତନ କରିସାରିଲେଣି।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।