Uncategorized

ଭଲ ନିଦ ଚାହୁଁଛନ୍ତି କି ? ତେବେ ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଏହି ପାନୀୟ

ମଣିଷର ଜୀବନର ଏକ ତୃତୀୟାଂଶ ସମୟ ନିଦ୍ରାରେ ବିତିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ନିଦ୍ରା ଗଲେ ମସ୍ତିଷ୍କରୁ ଚିନ୍ତା ଦୂର ହୋଇଥାଏ ଓ ମନ ଫୂର୍ତ୍ତି ରହିଥାଏ। ଶରୀର ଉପରେ ନିଦ୍ରାର ଗୁରୁତ୍ଵପୂର୍ଣ ଭୂମିକା ରହିଛି। ନିଦ ସଂପୂର୍ଣ୍ଣ ନ ହେଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ। ଆଜିକାଲି ଅଧିକାଂଶ ଲୋକ କାର୍ଯ୍ୟ ଚାପ, ମାନସିକ ଅଶାନ୍ତି, ଅର୍ଥାଭାବ ବା ପିଲାମାନଙ୍କର ସମସ୍ୟାକୁ ନେଇ ଅନିଦ୍ରାର ଶିକାର ହେଉଛନ୍ତି।ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିଥାଏ ଓ ହୃଦରୋଗ ହେବାର ଆଶଙ୍କା ଦେଖାଯାଇଥାଏ । କେବଳ ମାନସିକ ଚାପ ନୁହେଁ ବରଂ ଖାଦ୍ୟପାନୀୟ ମଧ୍ୟ ବହୁଳ ମାତ୍ରରେ ଦାୟୀ।

ତେବେ ଆସନ୍ତୁ ଜାଣିବା ଭଲ ନିଦ ଚାହୁଁଥିଲେ କଣ ସବୁ ପିଇବା ଦରକାର-

  • ଶୋଇବା ପୂର୍ବରୁ ଚା ବା କଫି ଆଦି ସେବନ କରିବା ଅନୁଚିତ୍ । କାରଣ ଏଥିରେ କଫିନର ମାତ୍ରା ଅଧିକ ଥାଏ । ଏହାର ପ୍ରଭାବ ୩ ରୁ ୪  ଘଣ୍ଟା ଯାଏଁ ରହିଥାଏ । ଏଣୁ ସହଜରେ ନିଦ ଆସେ ନାହିଁ।
  • ଶୋଇବା ପୂର୍ବରୁ କେବେ ହେଲେ ମଦ୍ୟପାନ କରନ୍ତୁ ନାହିଁ । କାରଣ ମଦ ସହଜରେ ହଜମ ହୋଇନଥାଏ । ଖାଲି ସେତିକି ନୁହେଁ ,ମଦ ପିଇ ଶୋଇଲେ ରାତିରେ ଅନେକ ଥର ନିଦ ଭାଙ୍ଗିଯାଏ । ତା’ଛଡା ମଦ୍ୟପାନ କରୁଥିବା ଲୋକ ଘୁଘୁଡି ମାରନ୍ତି।
  • ଲୋକ ଶୋଇବା ଆଗରୁ ଅନେକ ଲୋକ ପ୍ରଚୁର ପାଣି ପିଇଥାନ୍ତି । କାରଣ ସେମାନେ ଭାବନ୍ତି ଯେ ଏହା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ । ହେଲେ ଆଦୌ ଠିକ୍ ନୁହେଁ ।କାରଣ ଏହା ଦ୍ୱାରା ବାରମ୍ବାର ପରିଶ୍ରା ଲାଗିଥାଏ ଉଠିବାକୁ ପଡିଥାଏ । ଏହା ଦ୍ୱାରା ନିଦ୍ରାରେ ବ୍ୟାଘାତ ଆସିଥାଏ।

ଭଲ ନିଦ ଚାହୁଁଛନ୍ତି କି ? ତେବେ ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଏହି ପାନୀୟ drink

ପଢନ୍ତୁ;

ବଡି ବିଲଡିଂ ବନେଇବା ପାଇଁ ଏହି ଖାଦ୍ୟ ଖାଆନ୍ତୁ

Related posts

ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ !

ପ୍ରେକ୍ଷାଳୟରେ ରାକେଶ – ଜୟାଙ୍କ ‘ଲଭ ପ୍ରମିଜ୍’ !

7th Pay Commission Allowances Was Approved By The State Cabinet

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More