LIFESTYLE

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ଵାରା ହୋଇଥାଏ ଏହିସବୁ ଅସୁବିଧା ! ଜାଣିରଖନ୍ତୁ

ସାଧାରଣତଃ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଉଚିତ୍‌ ନୁହେଁ। ପ୍ଲାଷ୍ଟିକ୍‌ରେ ହୋଇଥିବା ବୋତଲରେ ପାଣି ପଈବା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ।

ଜାଣିରଖନ୍ତୁ ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇଲେ କଣ କଣ ଅସୁବିଧା ହୋଇଥାଏ-

  • ପ୍ଲାଷ୍ଟିକରେ ଥିବା ବିପିଏ ଗର୍ଭରେ ଥିବା ଶିଶୁର ବିକାଶକୁ ଶିଥିଳ କରିଥାଏ। ତେଣୁ ଗର୍ଭାବସ୍ଥା ସମୟରେ ପ୍ଲାଷ୍ଟିକ ବୋତଲରେ ପାଣି ପିଅନ୍ତୁ ନାହିଁ।
  • ପ୍ଲାଷ୍ଟିକ ବୋତଲର ବ୍ୟବହାର କ୍ୟାନ୍ସର ପରି ଦୁରାରୋଗ୍ୟ ବ୍ୟାଧିର କାରଣ ପାଲଟିପାରେ। ବିଶେଷକରି ବୋତଲ ଯେତେବେଳେ ଗରମ ହୋଇଥାଏ, ସେଥିରୁ ଡାଇ ଅକ୍ସିନ ସ୍ରାବ ଆରମ୍ଭ ହୋଇଥାଏ। ଫଳରେ ଏଥିରେ ଥିବା ପାଣି ପିଇବା ଦ୍ୱାରା ବିଶେଷ କ୍ଷତି ପହଞ୍ଚିଥାଏ। ଏଥିଯୋଗୁ ମହିଳାମାନଙ୍କୁ ସ୍ତନ କର୍କଟ ହୋଇପାରେ।
  • କ୍ଷତିକାରକ ବିପିଏ  ଗର୍ଭଧାରଣ କ୍ଷମତାକୁ କମ୍‌ କରିଥାଏ। କାରଣ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ପୁରୁଷମାନଙ୍କର ଶରୀରରେ ଶୁକ୍ରାଣୁର ମାତ୍ରା କମ୍‌ ହୋଇଥାଏ। ଏଥିଯୋଗୁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାଠାରୁ ନିବୃତ ରୁହନ୍ତୁ।
  • ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ବିପିଏ କେମିକାଲ ରକ୍ତରେ ମିଶିଥାଏ। ଏହା ହୃଦୟକୁ ଦୁର୍ବଳ କରିବା ସହ ଶରୀରରେ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ।
  • ପ୍ଲାଷ୍ଟିକ ବୋତଲ ନିର୍ମାଣରେ ବ୍ୟବହୃତ ବିପିଏ ମସ୍ତିଷ୍କ ପାଇଁ ବେଶ୍‌ କ୍ଷତିକାରକ। ଏହାଦ୍ୱାରା ବ୍ୟକ୍ତିର ସ୍ମରଣ ଶକ୍ତି ଏବଂ ବୁଝିବା ଶକ୍ତି ପ୍ରଭାବିତ ହୋଇଥାଏ।

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ଵାରା ହୋଇଥାଏ ଏହିସବୁ ଅସୁବିଧା ! ଜାଣିରଖନ୍ତୁ water

ପଢନ୍ତୁ;

ରଙ୍ଗର ପସରା ନେଇ ଆସୁଛି ହୋଲି ,ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର

Related posts

ଆପଣ ଜାଣନ୍ତି କି? ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ଫ୍ରିଜର ଥଣ୍ଡା ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ଜାଣନ୍ତୁ ?

Krishna Kumar Manoj

ପ୍ରୋପୋଜ କରିବା ପୂର୍ବରୁ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ଆସନ୍ତୁ ଜାଣିବା

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More