News

ବିନା ହେଲମେଟରେ ବାଇକ ଚଳଉଛନ୍ତି କି ? ସାବଧାନ ! ବାଇକ ଜବତ ହୋଇପାରେ

ବିନା ହେଲମେଟରେ ବାଇକ ଧରି ଗଲେ ଫାଇନ ଦେବାକୁ ପଡେ ବୋଲି ପାଠକେ ଆଗରୁ ଜାଣିଥିବେ । ମାତ୍ର ବାଇକ ଆରୋହିମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ବାଇକ ଚାଳକଙ୍କ ସମେତ ସହଯାତ୍ରୀଙ୍କୁ ବି ପିନ୍ଧିବାକୁ ପଡ଼ିବ ହେଲମେଟ୍ । ବିନା ହେଲମେଟ୍ରେ ଧରାପଡିଲେ  ଥାନାରେ ଦୁଇଘଣ୍ଟା ଅଟକ ରଖାଯିବ । ଯଦି ସହଯାତ୍ରୀ ହେଲମେଟ୍ ପିନ୍ଧିନଥିବେ ତେବେ ଜରିମାନା ଆଦାୟ କରାଯିବ । ଡ୍ରାଇଭିଂ ଲାଇସେନ୍ସ ସହିତ ଗାଡ଼ି କାଗଜପତ୍ର ମଧ୍ୟ ଜବତ ହୋଇଯିବ । କ୍ରମାଗତଃ ଭାବେ ଏ ନିୟମ ଖିଲାଫ ହେଲେ ଗାଡ଼ି ବି ଜବତ ହେବ ବୋଲି ପରିବହନ କମିଶନର ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାଇକ ଚାଳକ ଓ ସହଯାତ୍ରୀଙ୍କ ହେଲମେଟ୍ ଯାଞ୍ଚ କ୍ଷମତା ପ୍ରତି ଥାନାର ଏଏସଆଇ ସ୍ତରୀୟ ଅଧିକାରୀଙ୍କୁ ଦିଆଯାଇଛି । ସେମାନଙ୍କୁ ଏମଭିଆଇ କ୍ଷମତା ପ୍ରଦାନ କରାଯାଇଛି ଯାହା ବଳରେ ସେମାନେ ଗାଡ଼ି ଚାଳକଙ୍କ ହେଲମେଟ୍ ଯାଞ୍ଚ କରିବେ । ନିୟମରେ ବ୍ୟତିକ୍ରମ ଦେଖିଲେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଦିନକୁ ଦିନ ଦେଶ ଓ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢିଚାଲିଛି । ୨୦୧୬ରେ ରାଜ୍ୟରେ ମୋଟ ୧୦ ହଜାର ୫୩୨ ଟି ଦୁର୍ଘଟଣା ଘଟି ୪୪୩୫ ଲୋକଙ୍କ ମୃତ୍ୟୁ ଘଟିଛି । ସେଥିରୁ ୫୭ ପ୍ରତିଶତ ଦୁର୍ଘଟଣା ଗ୍ରାମାଞ୍ଚଳରେ ହୋଇଛି ଓ ଯେଉଁଥିରେ ୪୪ ପ୍ରତିଶତ ଦୁର୍ଘଟଣା ବାଇକ ଜନିତ । ୯୭ ପ୍ରତିଶତ ଦୁର୍ଘଟଣା ଚାଳକଙ୍କ ତ୍ରୁଟି ଯୋଗୁଁ ହେଉଥିବାବେଳେ ହେଲମେଟ୍ ନଥିବା କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ଶତ ପ୍ରତିଶତ ବଢିଯାଉଛି । ଜୀବନର ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିବା ଜରୁରୀ ବୋଲି ସଚେତନତା ବର୍ଷ ବର୍ଷ ଧରି କରାଯାଇଥିଲେ ସୁଦ୍ଧା କୌଣସି ସୁପ୍ରଭାବ ଦେଖିବାକୁ ମିଳିନାହିଁ । ତେଣୁ ପରିବହନ କମିଶନରଙ୍କ ଦ୍ଵାରା ଏଭଳି କଡ଼ା ଆଭିମୁଖ୍ୟ ନିଆଯାଉଛି ।

ବିନା ହେଲମେଟରେ ବାଇକ ଚଳଉଛନ୍ତି କି ? ସାବଧାନ ! ବାଇକ ଜବତ ହୋଇପାରେ  ବିନା ହେଲମେଟରେ ବାଇକ ଚଳଉଛନ୍ତି କି ? ସାବଧାନ ! ବାଇକ ଜବତ ହୋଇପାରେ

ପଢନ୍ତୁ, ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ

Related posts

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ENO Beuro

ଚାଷୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More