• Home
  • LIFESTYLE
  • ଖାଇ ସାରିବା ପରେ କେଉଁ ଜିନିଷ ଖାଇବା ଏବଂ ପିଇବା ଅନୁଚିତ? ଜାଣନ୍ତୁ ସେ ସମ୍ପର୍କରେ
LIFESTYLE

ଖାଇ ସାରିବା ପରେ କେଉଁ ଜିନିଷ ଖାଇବା ଏବଂ ପିଇବା ଅନୁଚିତ? ଜାଣନ୍ତୁ ସେ ସମ୍ପର୍କରେ

ଏମିତି କିଛି ଖାଦ୍ୟ ଅଛି ଯାହାକୁ ଆମେ ଡକ୍ଟରଙ୍କ ପରାମର୍ଶରେ ଖାଇଥାଉ। ମାତ୍ର ଏମିତି କିଛି ଖାଦ୍ୟ ଓ ପାନୀୟ ଅଛି ଯାହା ଖାଇବା ପରେ ଆଦୌ ବି ଖାଇବା କିମ୍ବା ପିଇବା ଉଚିତ ନୁହେଁ। ନାନା ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ।

ଆସନ୍ତୁ ଜାଣିବା ଖାଇସାରିବା ପରେ କଣ ଖାଇବେ/ପିଇବେ ନାହିଁ-

  • ଖାଇସାରି ଚା’ ପିଇବା ଆଦୌ ଉଚିତ ନୁହେଁ । ଏମିତି କରିବା ଦ୍ଵାରା ରକ୍ତଚାପ, ମଧୁମେହ ଅପେକ୍ଷାକୃତ ବେଶି ଦେଖା ଦେଇଥାଏ।
  • ସକାଳ ଜଳଖିଆ ପରେ କିମ୍ବା ସଂଧ୍ୟା ଜଳଖିଆ ପରେ ଚା’ ପିଇପାରନ୍ତି। ଏଠାରେ ଗାଧୁଆବେଳେ ଓ ରାତି ଖାଇବା ପରେ ଚା’ ପିଇବାକୁ ବାରଣ କରାଯାଉଛି।
  • ଖାଲି ପେଟରେ ଫଳ ଖାଇଲେ ଗ୍ୟାସଟିକ ହୋଇଥାଏ। ତା ନୁହେଁ ଯେ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଫଳ ଖାଇବେ। ଏହା ଦେହ ପାଇଁ କ୍ଷତିକାରକ ହୋଇଥାଏ। ଅତିକମରେ ଖାଇବାର ୨୦-୨୫ ମିନିଟ୍‌ ପରେ ଫଳଖାଆନ୍ତୁ।
  • ଆଉ ହଁ ସବୁବେଳେ ଗାଧୋଇ ସାରି ଖାଇବା ଅଭ୍ୟାସ କରନ୍ତୁ। ଦିନେ ଦୁଇଦିନର କଥା ଭିନ୍ନ, ମାତ୍ର ଆପଣ ଯଦି ସବୁଦିନ ଖାଇସାରି ଗାଧୋଇବା ଅଭ୍ୟାସ ରଖିଛନ୍ତି ତାହାଲେ ମନେ ରଖନ୍ତୁ ଏହା ଆଦୌ ସୁସ୍ଥକର ନୁହେଁ।
  • ମନେରଖନ୍ତୁ ଖାଇସାରିବା ପରେ କୌଣସି ପ୍ରକାର ଶାରୀରିକ ବ୍ୟାୟାମ ବି କରନ୍ତୁ ନାହିଁ। ଟାଇଟ୍‌ କରି ବେଲ୍‌ଟ ବାନ୍ଧିବା, ଖାଇବା ପରେ ଧୁମପାନ କରିବା ବି ଖରାପ ହୋଇଥାଏ।

ଖାଇ ସାରିବା ପରେ କେଉଁ ଜିନିଷ ଖାଇବା ଏବଂ ପିଇବା ଅନୁଚିତ? ଜାଣନ୍ତୁ ସେ ସମ୍ପର୍କରେ fruits

ପଢନ୍ତୁ;  ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

Related posts

ଦୈନଦିନ ରୋଷେଇ ଘରେ ବ୍ୟବହୃତ ଜୀରାର ଉପକାରୀ ଗୁଣ ବିଷୟରେ ନଜର ପକାନ୍ତୁ

Krishna Kumar Manoj

ସକାଳ ଜଳଖିଆ ନ କଲେ କ’ଣ ଅସୁବିଧା ହୁଏ ଜାଣନ୍ତୁ

Krishna Kumar Manoj

ପିଲାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୃତ୍ୟୁଦଣ୍ଡ ପ୍ରଣୟନ କରିବାକୁ ସରକାର ଅରାଜି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More