କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ? ଆସନ୍ତୁ ଜାଣିବା

ଆମେ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି। ଆଗରୁ କୁହାଯାଇଛି ଖାଦ୍ୟ ହିଁ ଆମ ଜୀବନ, ଖାଦ୍ୟ ହିଁ ବିଭିନ୍ୟ ରୋଗର କାରଣ। ଖାଦ୍ୟ ଖାଇବା ପାଇଁ ଆୟୁର୍ବେଦରେ କିଛି ନୀତି ନିୟମ ମଧ୍ୟ ରହିଛି। ଅର୍ଥାତ୍‌ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ଶରୀର ପାଇଁ ଭଲ ହୋଇଥାଏ। ଆଉ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ଅନୁଚିତ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

କ୍ଷୀର ସହ ତୁଳସୀ ଖାଆନ୍ତୁ ନାହିଁ। ଯଦି ଏ ଭଳି ପରିସ୍ଥିତି ଉପୁଜି ଥାଏ ତା’ହେଲେ ଉଭୟ ଜିନିଷ ଖାଇବା ମଧ୍ୟରେ ଅନ୍ୟୂନ ଅଧଘଣ୍ଟା ବ୍ୟବଧାନ ରଖନ୍ତୁ।

ମାଂସ ଭଳି ପୁଷ୍ଟିସାର ଏବଂ ଆଳୁ ପରି ଶ୍ୱେତସାର ହଜମ ପାଇଁ ଭିନ୍ନ ଭିନ୍ନ ପାଚକ ରସ ଆବଶ୍ୟକ ହୋଇଥାଏ। ଯଦି ଏ ଦୁଇ ଜିନିଷକୁ ମିଶାଇ ଖିଆଯାଏ ତେବେ ଏଥିପାଇଁ ଲୋଡ଼ା ପାଚକ ରସ ପାକସ୍ଥଳୀରୁ ଏକକାଳୀନ ଝରେ। ଝରିବା ପରେ ଖାଦ୍ୟ ହଜମ କରିବା ପରିବର୍ତ୍ତେ ଏହା ପରସ୍ପରର କାର୍ଯ୍ୟଦକ୍ଷତାକୁ ନଷ୍ଟ କରି ପକାନ୍ତି। ଫଳରେ ପେଟରେ ଅଧିକ ବାୟୁ ସୃଷ୍ଟି ହୁଏ।

ଆୟୁର୍ବେଦିକ ଅନୁସାରେ କ୍ଷୀର ଏବଂ କଦଳୀ ଏହି ୨ଟିକୁ ଏକାସମୟରେ ଖାଇବା ଦ୍ଵାରା ଶରୀରରେ ଅଧିକ ବିଷକ୍ରିୟା ସୃଷ୍ଟି କରେ। କୁହାଯାଏ ଏହା ଶରୀରକୁ ଭାରୀ କରି ମସ୍ତିଷ୍କକୁ ମାନ୍ଦା କରି ପକାଏ। ଯଦି ନିହାତି ଆବଶ୍ୟକ କ୍ଷୀର ସହ ଅତ୍ୟଧିକ ପାଚିଲା କଦଳୀ ଖାଇ ହେବ। ତା’ସହ ଗୁଜୁରାତି ଏବଂ ଜାଇତ୍ରୀ ଖାଇଲେ ଆଉ ହଜମ କ୍ରିୟାରେ ବାଧା ଉପୁଜେ ନାହିଁ।

ପଢନ୍ତୁ;

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ

କ୍ଷୀର ସହ ତୁଳସୀ ଖାଆନ୍ତୁ ନାହିଁ। - 4.4

88%

ମାଂସ ଭଳି ପୁଷ୍ଟିସାର ଏବଂ ଆଳୁ ପରି ଶ୍ୱେତସାର ହଜମ ପାଇଁ ଭିନ୍ନ ଭିନ୍ନ ପାଚକ ରସ ଆବଶ୍ୟକ ହୋଇଥାଏ। - 4.1

82%
4.3/5

Very Good!

କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ? ଆସନ୍ତୁ ଜାଣିବା

ଆମେ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି। ଆଗରୁ କୁହାଯାଇଛି ଖାଦ୍ୟ ହିଁ ଆମ ଜୀବନ, ଖାଦ୍ୟ ହିଁ ବିଭିନ୍ୟ ରୋଗର କାରଣ। ଖାଦ୍ୟ ଖାଇବା ପାଇଁ ଆୟୁର୍ବେଦରେ କିଛି ନୀତି ନିୟମ ମଧ୍ୟ ରହିଛି। ଅର୍ଥାତ୍‌ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ଶରୀର ପାଇଁ ଭଲ ହୋଇଥାଏ। ଆଉ କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ଅନୁଚିତ।

No Votes Yet

You're not rated yet