ଖବରକାଗଜରେ ଖାଦ୍ୟ ପ୍ୟାକ୍ କରୁଛନ୍ତି କି ? ସାବଧାନ! ଏହା ଶରୀର ପ୍ରତି ହୋଇପାରେ କ୍ଷତିକାରକ!

ସାଧାରଣତଃ ଦୋକାନୀମାନେ ଖବରକାଗଜରେ ବରା, ଆଳୁଚପ, ସିଙ୍ଗଡ଼ା ଆଦି ପ୍ୟାକ୍ କରି ଗ୍ରାହକ ମାନଙ୍କୁ ଦେଇଥାନ୍ତି। ବିଶେଷ କରି ରାସ୍ତାକଡ଼ ଉଠା ଦୋକାନୀ ଓ ଛୋଟମୋଟ ହୋଟେଲ୍‌ ଗୁଡ଼ିକରେ ଖାଦ୍ୟ ପଦାର୍ଥର ଏଭଳି ପ୍ୟାକିଂ ଦେଖିବାକୁ ମିଳେ। ଅନେକ ହୋଟେଲ୍ ରୁଟିକୁ ମଧ୍ୟ ଖବରକାଗଜରେ ଗୁଡ଼ାଇ ଦିଅନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଆମ ଶରୀର ପାଇଁ କ୍ଷତିକାରକ ଅଟେ।

ଏକ ରିପୋର୍ଟ ଅନୁଯାୟୀ,ଖବରକାଗଜରେ ପ୍ୟାକ୍ ହୋଇଥିବା ଖାଦ୍ୟ ଖାଉଥାଆନ୍ତି ତା’ହେଲେ ଏହା କର୍କଟ ରୋଗର ସମ୍ଭାବନାକୁ ବଢ଼ାଇ ଦେଇଥାଏ।

ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଖବରକାଗଜରେ ଖାଇବା ଜିନିଷ ପ୍ୟାକ୍ କଲେ ତାହା ବିଷାକ୍ତ ହୋଇଯାଏ। ଏହି ଖାଦ୍ୟକୁ ଖାଇବା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ବଢ଼ିଯାଏ। ପୁଣି ଖାଦ୍ୟ ପଦାର୍ଥଗୁଡ଼ିକ ଯେତିକି ଅଧିକ ସମୟ ଧରି ଖବରକାଗଜରେ ପ୍ୟାକ୍ ହୋଇ ରହିବ କ୍ୟାନ୍‌ସର ହେବାର ସମ୍ଭାବନା ସେତିକି ବଢ଼ିଯିବ।

ଖବରକାଗଜ ଛାପିବା ବେଳେ ଯେଉଁ କାଳି ବା ସ୍ୟାହି ବ୍ୟବହାର କରାଯାଏ, ସେଥିରେ ଏମିତି କିଛି ବ୍ୟାକ୍ଟେରିଆ ପଦାର୍ଥ ରହିଥାଆନ୍ତି, ଯେଉଁଗୁଡ଼ିକ ଯେତେବେଳେ କୌଣସି ଜୀବନ୍ତ ଜିନିଷ ସଂସ୍ପର୍ଶରେ ଆସନ୍ତି ସଙ୍ଗେ ସଙ୍ଗେ ସକ୍ରିୟ ହୋଇଯାଆନ୍ତି। ଏହା ବ୍ୟତୀତ ଏହି କାଳି ଓ ବ୍ୟବହୃତ ଅନ୍ୟ ରଙ୍ଗରେ ଏମିତି କିଛି ପଦାର୍ଥ ଥାଏ ଯାହା ମନୁଷ୍ୟ ଶରୀର ପାଇଁ କ୍ଷତିକାରକ।

ପଢନ୍ତୁ;ଶୀଘ୍ର ବିବାହ କରିବାକୁ ଚାହୁଛନ୍ତି କି ? ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଆପଣାନ୍ତୁ ଏହି ଉପାୟ

ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଖବରକାଗଜରେ ଖାଇବା ଜିନିଷ ପ୍ୟାକ୍ କଲେ ତାହା ବିଷାକ୍ତ ହୋଇଯାଏ। - 8.9

89%

କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହା ଆମ ଶରୀର ପାଇଁ କ୍ଷତିକାରକ ଅଟେ। - 8.8

88%
8.9/10

Very Good!

ଖବରକାଗଜରେ ଖାଦ୍ୟ ପ୍ୟାକ୍ କରୁଛନ୍ତି କି ? ସାବଧାନ! ଏହା ଶରୀର ପ୍ରତି ହୋଇପାରେ କ୍ଷତିକାରକ!

ସାଧାରଣତଃ ଦୋକାନୀମାନେ ଖବରକାଗଜରେ ବରା, ଆଳୁଚପ, ସିଙ୍ଗଡ଼ା ଆଦି ପ୍ୟାକ୍ କରି ଗ୍ରାହକ ମାନଙ୍କୁ ଦେଇଥାନ୍ତି। ବିଶେଷ କରି ରାସ୍ତାକଡ଼ ଉଠା ଦୋକାନୀ ଓ ଛୋଟମୋଟ ହୋଟେଲ୍‌ ଗୁଡ଼ିକରେ ଖାଦ୍ୟ ପଦାର୍ଥର ଏଭଳି ପ୍ୟାକିଂ ଦେଖିବାକୁ ମିଳେ। ଅନେକ ହୋଟେଲ୍ ରୁଟିକୁ ମଧ୍ୟ ଖବରକାଗଜରେ ଗୁଡ଼ାଇ ଦିଅନ୍ତି।

No Votes Yet

You're not rated yet