ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

ହିନ୍ଦୁ ଧର୍ମରେ ଆମେ ଅନେକ ବ୍ରତ ଏବଂ ଓଷା କରିଥାଉ। ସେଥିମଧ୍ୟରୁ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି। ଏକାଦଶୀ ଦିନ ଖାଦ୍ୟ-ପାନୀୟ, ବ୍ୟବହାରରେ ସଂଯମତା ଅବଲମ୍ବନ କରିବାକୁ ପଡିଥାଏ। ଏହି ପବିତ୍ର ଦିନରେ ତାମାସିକ ଭୋଜନ ପରିହାର କରିବା କଥା। ମନରେ ଖରାପ ଚିନ୍ତାଧାରା ଯେଭଳି ନ ଆସେ ସେ ନେଇ ଯଥାସମ୍ଭବ ଚେଷ୍ଟା କରନ୍ତୁ। ଏତଦ୍‌ ବ୍ୟତୀତ ଏହି ଦିନ ଅନ୍ନ ଭୋଜନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲେ ବି ଆମେ ଜାଣି ନ ଥାଉ ଏଭଳି ପ୍ରଥା କାହିଁକି ଚାଲି ଆସିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ବୈଜ୍ଞାନିକ କାରଣ ଅନୁସାରେ ବିଜ୍ଞାନ କୁହେ ସୂର୍ଯ୍ୟଙ୍କ ସ୍ଥିତିକୁ ଲକ୍ଷ କରି ଆମ ଶରୀରେ ଖାଦ୍ୟ ପାନୀୟ ପାଚନ ହୋଇଥାଏ। ଏକାଦଶୀ ତିଥି ଏକ ନିର୍ଦ୍ଦିଷ୍ଟ ସମୟରେ ପଡିଥାଏ। ଏଣୁ ଏହି ସମୟରେ ଶରୀରରେ ଜଳର ପରିମାଣ ସନ୍ତୁଳିତ ରହିଲେ ମନ ଫଫୁଲ୍ଲ ରହିଥାଏ।

ଧାର୍ମିକ କାରଣ ଅନୁସାରେ ଅନ୍ନ ପାକ ହେବାକୁ ଜଳର ଆବଶ୍ୟକତା ଥାଏ। ଆଉ ଏହି ଜଳ ସହ ଚନ୍ଦ୍ରମାଙ୍କ ସମ୍ପର୍କ ରହିଛି। ଚନ୍ଦ୍ର ଚଞ୍ଚଳତାର ପ୍ରତୀକ ହୋଇଥିବାରୁ ଭାତ ଖାଇବା ଦ୍ୱାରା ତତ୍‌ସଂଲଗ୍ନ ଜଳ ମନକୁ ଚଞ୍ଚଳ କରିଥାଏ, ବିଚଳିତ କରିଥାଏ। ଏଣୁ ଏହି ଦିନ ଅନ୍ନ ଭୋଜନକୁ ନିଷିଦ୍ଧ କରିଛି ଶାସ୍ତ୍ର। ଶାସ୍ତ୍ରରେ ଥିବା ସମସ୍ତ ୨୪ଟି ଏକାଦଶୀରେ ଭାତ ଖାଇବାକୁ ବର୍ଜନ କରିବାକୁ କୁହାଯାଇଛି। ଏହି ଦିନରେ ଭାତ ଖାଇବା ଦ୍ୱାରା ପରଜନ୍ମରେ ମନୁଷ୍ୟକୁ ଗୁରୁଣ୍ଡିବା ଜୀବ ଭଳି ଦଶା ଭୋଗିବାକୁ ପଡିଥାଏ।

ପଢନ୍ତୁ; ସୁପ୍ରିମ କୋର୍ଟରେ ନୂତନ ମହିଳା ବିଚାରପତି ଭାବେ ଇନ୍ଦୁ ମଲୋହୋତ୍ରା ଅନୁମୋଦିତ!

ବୈଜ୍ଞାନିକ କାରଣ ଅନୁସାରେ ବିଜ୍ଞାନ କୁହେ ସୂର୍ଯ୍ୟଙ୍କ ସ୍ଥିତିକୁ ଲକ୍ଷ କରି ଆମ ଶରୀରେ ଖାଦ୍ୟ ପାନୀୟ ପାଚନ ହୋଇଥାଏ। - 8.9

89%

ଧାର୍ମିକ କାରଣ ଅନୁସାରେ ଅନ୍ନ ପାକ ହେବାକୁ ଜଳର ଆବଶ୍ୟକତା ଥାଏ। - 8.4

84%
8.7/10

Very Good!

ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

ହିନ୍ଦୁ ଧର୍ମରେ ଆମେ ଅନେକ ବ୍ରତ ଏବଂ ଓଷା କରିଥାଉ। ସେଥିମଧ୍ୟରୁ ଏକାଦଶୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି। ଏକାଦଶୀ ଦିନ ଖାଦ୍ୟ-ପାନୀୟ, ବ୍ୟବହାରରେ ସଂଯମତା ଅବଲମ୍ବନ କରିବାକୁ ପଡିଥାଏ। ଏହି ପବିତ୍ର ଦିନରେ ତାମାସିକ ଭୋଜନ ପରିହାର କରିବା କଥା। ମନରେ ଖରାପ ଚିନ୍ତାଧାରା ଯେଭଳି ନ ଆସେ ସେ ନେଇ ଯଥାସମ୍ଭବ ଚେଷ୍ଟା କରନ୍ତୁ।

No Votes Yet

You're not rated yet