• Home
  • LIFESTYLE
  • ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ
LIFESTYLE

ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ସକାଳୁ ସକାଳୁ ଅଫିସ ଯିବା ତରବରିଆରେ ଅଧିକାଂଶ ଲୋକ ଖାଲି ପେଟରେ ଯାହା ମିଳେ ତାକୁ ଖାଇ ବାହାରୁ ପଡିଥାନ୍ତି। ମାତ୍ର କଣ ଆପଣ ଜାଣିଛନ୍ତି ଆପଣଙ୍କ ଏଭଳି ଖରାପ ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଭୟଙ୍କର। ତେବେ ଏନେଇ ବିଶେଷଜ୍ଞମାନେ କିଛି ଖାଦ୍ୟ ଜିନିଷ ଉପରେ ସଂପୂର୍ଣ୍ଣ ଭାବରେ ରୋକ୍ ଲଗାଇଛନ୍ତି କାରଣ ସେମାନଙ୍କ କହିବା କଥା ହେଲା ଯଦି ଏହିସବୁ ଖାଦ୍ୟକୁ ସାଧାରଣତଃ ଖାଲି ପେଟରେ ଖିଆ ଯାଏ ତେବେ ଏହାଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

ତେବେ ଆସନ୍ତୁ ଜାଣିବା ଖାଲି ପେଟରେ କେଉଁ ଖାଦ୍ୟ ଖାଇବା ଅନୁଚିତ-

  • ସଫ୍ଟ ଡ୍ରିଙ୍କ୍ସ ବିଶେଷ କରି କୋଲ୍‌ଡ ଡ୍ରିଙ୍କସକୁ କେବେ ବି ଖାଲି ପେଟରେ ପିଅନ୍ତୁ ନାହିଁ। କାରଣ ଏଥିରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ୍ ରହିଥାଏ। ଏହି ଏସିଡ୍ ପେଟରେ ଥିବା ଏସିଡ ସହ ମିଶି ଗମ୍ଭୀର ସମସ୍ୟାର କାରଣ ହୋଇପାରେ। ଖାଲି ପେଟରେ କୋଲ୍ଡ ଡିଙ୍କସ ପିଇବା ଗ୍ୟାସ ଓ ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
  • ଖାଲି ପେଟରେ ଭୁଲରେ ଥଣ୍ଡା ଜାତୀୟ ପାନୀୟ ପିଅନ୍ତୁ ନାହିଁ। ଏଥିମଧ୍ୟରେ ଆସୁଛି ଥଣ୍ଡା କଫି ଅବା କୋଲ୍‌ଡ ଡ୍ରିଙ୍କ୍ସ ଆଦି। ଏହା ଆପଣଙ୍କ ପେଟର ସେହି ଝିଲ୍ଲୀକୁ କ୍ଷତି ପହଞ୍ଚାଇଥାଏ ଯାହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ଖାଲି ପେଟରେ ଥଣ୍ଡା ପାନୀୟ ପିଇଲେ ଖାଦ୍ୟ ହଜମ କ୍ରିୟା ମନ୍ଥର ହୋଇଯାଏ। ତେଣୁ କୋଲ୍ଡ କଫି ଆଦି ବଦଳରେ ଆପଣ ଗରମ ଗ୍ରୀନ୍ ଟି ଅବା ହାଲ୍‌କା ଉଷୁମ ପାଣି ପିଇ ପାରିବେ।
  • ସକାଳ ଜଳଖିଆରେ ଅଧିକ ମସଲା ଓ ରାଗଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଖାଇବା ଦ୍ୱାରା ଏସିଡିଟି ହୋଇଥାଏ। ତା’ସହ ବ୍ରଣ ସମସ୍ୟା ମଧ୍ୟ ଦେଖାଯାଇଥାଏ।
  • ଖାଲି ପେଟରେ କଫି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହାର ପ୍ରଭାବରେ ଏସିଡିଟି ହୋଇପାରେ।
  • ଖାଲି ପେଟରେ ଖଟା ଜାତୀୟ ଫଳ ଖାଆନ୍ତୁ ନାହିଁ। କମଳା, ଲେମ୍ବୁ ଓ ପିଜୁଳି ପରି ଫଳ ଖାଲି ପେଟରେ ଖାଆନ୍ତୁ ନାହିଁ। ଏହା ଦ୍ୱାରା ପେଟରେ ଏସିଡ୍‌ ହୋଇଥାଏ।

ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ ସକାଳୁ ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ Orange

ପଢନ୍ତୁ; ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

Related posts

ନୀତିଦିନ ଖାଆନ୍ତୁ ରସୁଣ, କାରଣ ଏଥିରେ ଭରିରହିଛି ଅବିଶ୍ଵସନୀୟ ଔଷଧୀୟ ଗୁଣ

Krishna Kumar Manoj

ମଧ୍ୟାହ୍ନ ଭୋଜନ ପରେ ଅଫିସରେ ନିଦ ଆସୁଛି କି ? ଯାଣନ୍ତୁ ନିଦ ପଛର କାରଣ

Krishna Kumar Manoj

ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More