LIFESTYLE

ବର୍ଷା ଦିନେ କେଉଁ ଜିନିଷ ଖାଇବା ଉଚିତ ଏବଂ ଅନୁଚିତ ଆସନ୍ତୁ ଜାଣିବା ସେ ସମ୍ପର୍କରେ

ବର୍ଷା ଦିନରେ ଖାଇବା ପିଇବାର ଯତ୍ନ ଅଧିକ ଆବଶ୍ୟକ, କାରଣ ଏ ସମୟରେ ସଂକ୍ରମଣର ଆଶଙ୍କା ବେଶୀ। ବିଶେଷ କରି ଜଣ୍ଡିସ୍ ହେବାର ସମ୍ଭାବନା ଅଧିକ ଥାଏ।

ତେବେ ଜାଣନ୍ତୁ ବର୍ଷା ଦିନରେ କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇବା ପ୍ରତି ଆମର ନିୟନ୍ତ୍ରଣ ରହିବା ଉଚିତ-

  • ଆଗରୁ କଟା ହୋଇଥିବା ଫଳକୁ ଖାଆନ୍ତୁ ନାହିଁ। ଯେତେ ସମ୍ଭବ ବର୍ଷାଦିନରେ ନନ୍‌ଭେଜ୍‌ ଖାଇବାଠୁ ଦୂରେଇ ରୁହନ୍ତୁ।
  • ରାସ୍ତା କଡ଼ରେ ବିକ୍ରି ହେଉଥିବା ଏକ ଲୋକପ୍ରିୟ ଖାଦ୍ୟ ହେଉଛି ଚାଟ୍‌ ଏବଂ ଗୁପଚୁପ। ସଂଧ୍ୟା ସମୟରେ ସମସ୍ତେ ଚାଟ୍‌ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଚାଟ୍‌, ଭେଲ୍‌ପୁରୀ, ଗୁପ୍‌ଚୁପ୍‌ ଆଦି ଖାଦ୍ୟରେ ବ୍ୟବହାର କରାଯାଉଥିବା ଦହି ଏବଂ ପାଣି ଯୋଗୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ଅନ୍ତତଃ ବର୍ଷା ଋତୁରେ ଏସବୁ ଖାଦ୍ୟରୁ ଦୂରେଇ ରହିବା ଶ୍ରେୟସ୍କର।
  • ମଇଦା, ଆଳୁ ମସଲା ତଥା ତେଲରେ ଛଣା ହୋଇଥିବା ସ୍ୱାଦିଷ୍ଠ ସିଙ୍ଗଡା ଖାଇବାକୁ ଅନେକଙ୍କୁ ଭଲ ଲାଗିଥାଏ। କିନ୍ତୁ ଏସିଡ଼ିଟି ଓ ଗ୍ୟାସ୍‌ ସମସ୍ୟା ଥିବା ଲୋକେ ସିଙ୍ଗଡା ଖାଇବା ଅନୁଚିତ ।ବର୍ଷା ଦିନରେ ଏହା ଆହୁରି ସମସ୍ୟା ସୃଷ୍ଟି କରିପାରେ। ବର୍ଷା ଦିନରେ କଚୋଡ଼ି ଖାଇବା ମଧ୍ୟ ଦେହ ପ୍ରତି ଅହିତକର।

କେଉଁ ଖାଦ୍ୟ ବର୍ଷା ଦିନେ ଖାଇବା ଉଚିତ-

  • ପୋଦିନାପତ୍ର ଏବଂ ଧନିଆ ପତ୍ରରେ ପ୍ରସ୍ତୁତ ଚଟଣି ଖାଆନ୍ତୁ।
  • ବର୍ଷାଦିନରେ ସଫା ଏବଂ ସିଝା ପାଣି ପିଅନ୍ତୁ।
  • ଏହିଦିନରେ ଅଧିକ ପରିମାଣରେ ଫଳ ଖାଆନ୍ତୁ। ଖରବୁଜ୍‌, କମଳା, ଅଙ୍ଗୁର, ଲିଚି, କାକୁଡି ଆଦି ଖାଇପାରିବେ।
  • ବର୍ଷାଦିନରେ ବାସି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ସବୁବେଳେ ତଟକା ଖାଦ୍ୟ ଖାଆନ୍ତୁ।

ପଢନ୍ତୁ; ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି

Related posts

ସ୍ମରଣ ଶକ୍ତିକୁ ବଢାଇବାର ରାମବାଣ ଉପାୟ, ଏବେହିଁ ପଢନ୍ତୁ

Ratnamani Moharana

କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ପିଉଛନ୍ତି କି?ତେବେ ଆସନ୍ତୁ ଜାଣିବା ଏହା ଶରୀର ପାଇଁ କେତେ ଉପଯୋଗୀ

ENO Beuro

1 comment

Leave a Comment