ଖାଇବା ସମୟରେ ଆମେ କାହା ସହିତ କ’ଣ ଖାଇବା ଆବଶ୍ୟକ ତାହା ଉପରେ ଧ୍ୟାନ ଦେଇ ନଥାଉ। ହେଲେ ଆମର ଏହି ଅସାବଧାନତା ଅନେକ ରୋଗକୁ ଡାକି ଆଣିଥାଏ।
ଏବେ ନଜର ପକାନ୍ତୁ କେଉଁ ଖାଦ୍ୟକୁ କାହା ସାଙ୍ଗରେ ଖାଇବେ ନାହିଁ । ନଚେତ୍ ଅସମୟରେ ଶରୀର ରୋଗାକ୍ରାନ୍ତ ହୋଇଥାଏ।
- ଚା’ ଏବଂ ଦହି : ସାଧାରଣତଃ ଲୋକମାନେ ସର୍ବଦା ଏକାସଂଗରେ ତରବରରେ ଚା’ ଏବଂ ଦହିର ସେବନ କରିଥା’ନ୍ତି । ଏହା ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ଅଟେ । କାହିଁକିନା ଚା’ ଏବଂ ଦହି ଉଭୟ ‘ଏସିଡ଼୍’ ହୋଇଥିବାରୁ, ଏହାକୁ ଏକାସଂଗରେ ଖାଇଲେ ହଜମ କ୍ରିୟାରେ ବାଧା ପହଞ୍ଚେ ।
- ଦହି ଏବଂ ଫଳ : ଆୟୁର୍ବେଦ ଅନୁସାରେ ଦହି ଏବଂ ଫଳର ଏକାସଂଗରେ ଖାଇବା ଶରୀର ପାଇଁ ବିପଦ ଆଣିଥାଏ । ଏହା ଏକାସଂଗରେ ଶରୀର ମଧ୍ୟକୁ ଯାଇ ଆପଣଙ୍କ ଶରୀରର ‘ମେଟାବୋଲିଜିମ୍’ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଏ ।
- ତରଭୂଜ ଏବଂ ପାଣି : ସାଧାରଣତଃ ତରଭୂତ ମଧ୍ୟରେ ୯୦ ପ୍ରତିଶତ ପାଣି ରହିଥାଏ । ତେଣୁ ଏହାକୁ ଖାଇବା ପରେ ଯଦି ଆପଣ ପାଣି ପିଅନ୍ତି ତ ତେବେ ଏହା ଆପଣଙ୍କ ଶରୀରର ପାଚନ ରସକୁ ପତଳା କରିଦିଏ ।
- ଲେମ୍ବୁ ଏବଂ କ୍ଷୀର : ଭୁଲବଶତଃ ହେଉପଛେ ଯଦି ଆପଣ ଲେମ୍ବୁର ରସ ଟୋପାଟିଏ ବି ଯଦି କ୍ଷୀରରେ ପଡ଼ିଯାଏ ,ତେବେ ଅବସ୍ଥା କ’ଣ ହୁଏ ,ତାହା ଖୁବ୍ କମ୍ ଲୋକଙ୍କୁ ଜଣା । ଯଦି ଆପଣ ଉଭୟ ଲେମ୍ବୁ-କ୍ଷୀରକୁ ଏକାସଂଗରେ ଖାଆନ୍ତି , ତେବେ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆପଣ ଏହାକୁ ଆଦୌ ହେଲେ ବି ଏକାସଂଗରେ ଖାଆନ୍ତୁ ନାହିଁ ।
- ମାଂସ ଏବଂ କ୍ଷୀର : ଏକଥା ସମସ୍ତଙ୍କୁ ଜଣା ମାଂସ ଏବଂ କ୍ଷୀରର ଏକାସଂଗରେ ସେବନ ମଧ୍ୟ ଶରୀର ପ୍ରତି ହାନିକରକ ହୋଇଥାଏ।
ପଢନ୍ତୁ ;
ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା