LIFESTYLE

କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ! ଜାଣନ୍ତୁ ସେ ସମ୍ପର୍କରେ

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଁଇ ବେଶ ଲାଭକାରୀ ହେଇଥାଏ। କିନ୍ତୁ ଏପରି କିଛି ମାମଲାରେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏପରି କିଛି ଜିନିଷ ଅଛି ଯାହା ଖାଇବା ପରେ ଆପଣ କ୍ଷୀର ପିଇବା ଉଚିତ ନୁହେଁ। ଏପରିକରିବା ଦ୍ଵାରା ଏହା ଶରୀରକୁ ବହୁତ କ୍ଷତି ପହଞ୍ଚେଇଥାଏ।

ଆସନ୍ତୁ ଜାଣିବା କେଉଁ ଜିନିଷ କ୍ଷୀର ସହ ଖାଇବା ଉଚିତ ନୁହେଁ-

  • ଖଟା ଫଳର ସେବନ – କ୍ଷୀର ପିଇବା ପୂର୍ବରୁ କିମ୍ବା ପରେ କୌଣସିବି ଖଟ୍ଟା ଫଳର ସେବନ କରିବା ଉଚିତ ନୁହେଁ। ତେବେ ଆପଣ ଯଦି କ୍ଷୀର ସହ କମଳା,ଅଙ୍ଗୁରୁ ଆଦି ଖାଇଥାନ୍ତି ତ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ।
  • ମୂଳା ଓ ମାଛର ସେବନ– ସାଧାରଣ ଭାବରେ କ୍ଷୀର ସହ ମୂଳା ଓ ମାଛ ଏପରି ଜିନିଷ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଁଇ ହାନିକାରକ ହେଇଥାଏ। ଏହା ଶରୀରକୁ ଯାଇ ବିପରୀତ ପ୍ରଭାବ ପକାଇଥାଏ।
  • ବିରି ଡାଲି – ସୂଚନା ଅନୁସାରେ ଜାଣି ରଖନ୍ତୁ କି ବିରି ଡାଲି ସହ କ୍ଷୀର ପିଇବା ଉଚିତ ନୁହେଁ। ହଁ ଭୁଲରେ ବି ବିରି ଡାଲି ଖାଇବା ପରେ କ୍ଷୀର ପିଅନ୍ତୁ ନାହିଁ।
  • ଦହି– ସାଧାରଣ ଭାବରେ କ୍ଷୀର ସହ କେବେ ହେଲେ ଦହି ପିଇବା ଉଚିତ ନୁହେଁ । ଏହା ଦ୍ୱାରା ଏସିଡ଼ିଟି ହେଇଥାଏ ଓ ଗ୍ୟାସ ସମସ୍ୟା ସହ ବାନ୍ତି ମଧ୍ୟ ହେଇଥାଏ।
  • ଲୁଣ ଓ କଲରା– ସାଧାରଣ ଭାବରେ ଖିଅର ସହ ଲୁଣ ଓ କଲରା ପରି ଖାଦ୍ୟ ସେବନ କରନ୍ତୁ ନାହିଁ । ଏହା ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଇଥାଏ।

ପଢନ୍ତୁ;

ରକ୍ତଚାପଜନିତ ଅସୁବିଧାକୁ ଦୂର କରିବାକୁ ଖାଆନ୍ତୁ “ରାଶି ଲଡୁ” ,ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

Related posts

ଚର୍ମରୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିଥାଏ ଚାଉଳ

ENO Beuro

କଳମ୍ବ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ?

ENO Beuro

ସପ୍ତାହର କେଉଁ ଦିନଗୁଡିକରେ ଚୁଟି କାଟିବା ପାଇଁ ଉତ୍କୃଷ୍ଟ , ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More