LIFESTYLE

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ? ନଚେତ ହୋଇପାରେ ଏହି ସମସ୍ୟା

ସୁସ୍ଥ ଶରୀର ପାଇଁ ଭୋଜନର ଆବଶ୍ୟକତା ରହିଛି। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ କରିବା ନିହାତି ଆବଶ୍ୟକ। ଏପରିକି କେଉଁ ସମୟରେ କି ପ୍ରକାର ଖାଦ୍ୟ ଖାଉଛନ୍ତି, ସେଥିପାଇଁ ମଧ୍ୟ ସତର୍କ ରହିବା ଉଚିତ। ବିଶେଷକରି ଖାଲିପେଟରେ କିଛି ଖାଦ୍ୟ ଖାଉଥିଲେ ଯତ୍ନବାନ ରୁହନ୍ତୁ। ନଚେତ ଗ୍ୟାସ, ବଦହଜମୀ ପରି ସମସ୍ୟା ଦେଖାଦେଇପାରେ।

ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ , ଯାହାକୁ ଖାଲି ପେଟରେ ଖାଇବା ଅନୁଚିତ-

  1. କଦଳୀ: ଖାଲିପେଟରେ କେବେ ବି କଦଳୀ ଖାଆନ୍ତୁ ନାହିଁ। ଏହାଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ି ଯାଇଥାଏ। ଫଳରେ ଶରୀରରେ କ୍ୟାଲସିୟମ୍‌ ଓ ମ୍ୟାଗ୍ନେସିୟମର ପରିମାଣରେ ପରିବର୍ତ୍ତନ ଆସିଥାଏ। ଏଣୁ ଛାତି ଜଳାପୋଡା ହୋଇଥାଏ।
  2. ଦହି: ଦହି ଖାଇବା ପେଟ ପାଇଁ ଭଲ ବୋଲି ସାଧାରଣରେ କୁହାଯାଇଥାଏ। ମାତ୍ର ଏହାକୁ ଖାଲି ପେଟରେ ଖାଆନ୍ତୁ ନାହିଁ।
  3. କଫି: ଖାଲିପେଟରେ କଫି ପିଅନ୍ତୁ ନାହିଁ। କାରଣ କଫିରେ ଥିବା କୈଫିନ ଆପଣଙ୍କ ଶରୀର ପ୍ରତି ମାରାତ୍ମକ ହୋଇପାରେ
  4. ଟମାଟୋ: ଖାଲିପେଟରେ ଟମାଟୋ ଖାଇବା ଅନୁଚିତ। କାରଣ ଏଥିରେ ଅଧିକ ପରିମାଣରେ ଏସିଡ୍‌ ଥାଏ। ଏହାକୁ ଖାଇବା ଦ୍ୱାରା ପେଟରେ ଷ୍ଟୋନ ହେବାର ସମ୍ଭାବନା ରହିଥାଏ।
  5. ମଦ: ଯେ କୌଣସି ସମୟରେ ମଦ୍ୟପାନ କରିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିଲେ ହେଁ ଯଦି ଆପଣ ଖାଲିପେଟରେ ଏହାକୁ ସେବନ କରୁଥାନ୍ତି ତେବେ ଧ୍ୟାନ ଦିଅନ୍ତୁ। ଏପରି କରିବା ଦ୍ୱାରା ପେଟରେ ଜଳାପୋଡା ହୋଇଥାଏ।
  6. ଲେମନ୍‌ ସୋଡା: ବଜାରରେ ମିଳୁଥିବା ଲେମନ୍‌ ସୋଡା ପାଟିକୁ ସୁଆଦ ଲାଗିଥାଏ। ତେବେ ଏହାକୁ ଖାଲିପେଟରେ ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ବାରମ୍ବାର ବାନ୍ତି ଲାଗେ।
  7. ଲେମନ୍‌ ସୋଡା: ବଜାରରେ ମିଳୁଥିବା ଲେମନ୍‌ ସୋଡା ପାଟିକୁ ସୁଆଦ ଲାଗିଥାଏ। ତେବେ ଏହାକୁ ଖାଲିପେଟରେ ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ବାରମ୍ବାର ବାନ୍ତି ଲାଗେ।

ପଢନ୍ତୁ;

ଶ୍ରେଷ୍ଠ ଧନୀ ସହର ମଧ୍ୟରେ ସ୍ଥାନ ପାଇଛି ମୁମ୍ବାଇ ! ତାଲିକାର ସର୍ବାଗ୍ରେ ରହିଛି ନ୍ୟୁୟର୍କ ସହର

Related posts

ଜିମ୍‌କୁ ଯିବା ପୂର୍ବରୁ ସେବନ କରନ୍ତୁ ଏହି ଫଳ , ମିଳିବ ଅନେକ ଫାଇଦା

ENO Beuro

ଗଣ୍ଠିବାତ ସମସ୍ୟା ଦୂର କରିଥାଏ ଶଜନାଫୁଲ! ଆସନ୍ତୁ ଜାଣିବା ଏହାର ଆଉ କେତେକ ଚମତ୍କାରିତା ଗୁଣ ସମ୍ପର୍କରେ

ENO Beuro

ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ? 

ENO Beuro

1 comment

Leave a Comment