LIFESTYLE

ଆପଣ ଛୋଟ ପିଲାଙ୍କୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଦେଉଛନ୍ତି କି ?ଏହା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ, ଜାଣନ୍ତୁ କାରଣ

ଛୋଟ ଠାରୁ ବଡ ସମସ୍ତେ  ଏବେ ସ୍ମାର୍ଟଫୋନ ପାଇଁ ପାଗଳ। ଏହା ଏବେ ସ୍ମାର୍ଟଫୋନ ସମସ୍ତଙ୍କୁ କିମିଆ କରିଛି।  ଏହା ମଧ୍ୟ ମନୋରଂଜନର ଦ୍ରବ୍ୟ ପାଲଟିଯାଇଛି। ଆପଣଙ୍କ ପିଲା ଆବଶ୍ୟକତା ଠାରୁ ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାରରେ ବିତାଉଛନ୍ତି କି ? ସାବଧାନ ହୋଇଯା’ନ୍ତୁ । ଏହା ପିଲାଙ୍କ ପାଇଁ କ୍ଷତିକାରକ ହୋଇପାରେ।

ଅନେକ ବିଶେଷଜ୍ଞ ଏଥିନେଇ ମତ ଦେଇଛନ୍ତି ଯେ ଏହା ଛୋଟ ପିଲାଙ୍କ ପାଇଁ କ୍ଷତିକାରକ ଅଟେ ।  କ୍ଲିନିକଲ୍ ସାଇକଲଜିଷ୍ଟ ଡା. ପୂଜା  ଶିଭମ ଜେଟଲୀ ଏମିତି ଏକ ମାମଲା ବିଷୟରେ  ସୂଚନା ଦେଇଛନ୍ତି । ଦିଲ୍ଲୀର  ମୂଳଚନ୍ଦ ଡାକ୍ତରଖାନାରେ  ଥରେ ଡା. ଜେଟଲୀଙ୍କ ପାଖରେ ଦୁଇଜଣ ଦଂପତି ନିଜର ୧୦ ବର୍ଷିୟ ପିଲାକୁ ନେଇ ଆସିଥିଲେ । ଏବଂ ସେ କହିଥିଲେ , ତାଙ୍କର ପିଲା  ଦିନରେ ୪-୫ ଘଂଟା  ସମୟ ଫୋନରେ ମୋବାଇଲ୍ ଗେମ୍ ଖେଳିବାରେ ବିତାଉଥିଲେ ।  ସେହି ପିତା-ମାତା ଯେତେବେଳେ ଏହି କାର୍ଯ୍ୟରୁ ନିବୃତ୍ତ ପାଇଁ ପିଲାଙ୍କ ଠାରୁ ମୋବାଇଲ୍  ନେଇଗଲେ ,ସେମାନେ ରାଗରେ  ଘରର ଜିନିଷ ଭାଂଗିଦେଇଥିଲେ । ଏବଂ ମାତା-ପିତାଙ୍କୁ ଗାଳି ବି କରିଥିଲେ । ସେହି ପିଲାର ଆଇକ୍ୟୁ ବହୁତ ଭଲ । ଏବଂ ଜଣେ ଭଲ ଛାତ୍ର ମଧ୍ୟ । ହେଲେ ଅଧିକ ଫୋନ ବ୍ୟବହାର କରିବା ଯୋଗୁଁ , ସେ ଆଉ ଏହାକୁ ଛାଡିବାକୁ ନାରାଜ ଏବେ । ଯାହା ତାର ସ୍ୱଭାବ ଉପରେ ପ୍ରଭାବ ପକାଇଛି ।

ପିଲାଙ୍କୁ ଫୋନ ଦେବାର ଭିନ୍ୟ ଭିନ୍ୟ କାରଣ ମଧ୍ୟ ରହିଛି ,ଡିପିଏସ୍ ଗାଜିଆବାଦର କାଉନସିଲର ରିୟା ଯାଦବ କହିଛନ୍ତି ଯେ , ‘ପିଲାଙ୍କ ହାତରେ ଫୋନ ଦେବାର କାରଣ ଅଲଗା ଅଲଗା ଅଟେ । ବହୁତ ଛୋଟ ପିଲା ଯେପରି ୨ରୁ ୪ବର୍ଷର ଶିଶୁକୁ ମାତାପିତା  ଫୋନ୍ ଏଥିପାଇଁ ଦିଅନ୍ତି କି କିଛି ସମୟ ପିଲାଟିର ମନ ବୁଝିଯାଉ ଏବଂ ସେମାନେ କିଛି ସମୟ ଯାଏ ଭଲରେ ନିଜର ଘର କାମ ସାରିଦେବେ । ଆଉ ଶାନ୍ତ ମନରେ ପିଲାଟି କିଛି ଖାଦ୍ୟ ଖାଇବ । ୬ରୁ ୧୨ ବର୍ଷର ପିଲାକୁ  ଫୋନ ଏଥିପାଇଁ ମାତାପିତା ଦିଅନ୍ତି କି ଯେତେବେଳେ ସେମାନେ ଅଧିକ ସମୟ ବାହର ରୁହନ୍ତି ,ଘର ଲୋକଙ୍କ ସଂପର୍କରେ ରହିପାରିବେ ।’

ଡା. ଜେଟଲୀଙ୍କ ପରି ସାରା ଦେଶରେ ଅନେକ ମେଡିକଲ ପ୍ରଫେଶନାଲ ଅଛନ୍ତି , ଯିଏକି ଏ ବିଷୟକୁ ନେଇ ଖୁବ୍ ଚିନ୍ତିତ ।  ସେ ମତ ଦେଇଛନ୍ତି ଯ ,ଛୋଟ ପିଲାମାନେ ମୋବାଇଲକୁ ଅତି ବ୍ୟବହାର କରିବା ଦ୍ୱାରା ସାମାଜିକ ସମସ୍ୟା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ  ସମସ୍ୟା ମଧ୍ୟ ଦେଖାଦେଉଛି । ବହୁତ କମ୍ ବୟସରେ ପିଲାମାନେ ମୋବାଇଲ ଗେମ୍ସ ବା ଫୋନରେ ଅନ୍ୟ କୌଣସି କାମରେ ଲାଗିଯାନ୍ତି ତ ଖାଇବା ପିଇବା , ସଫା-ସୁତୁରା ଭଳି କଥାକୁ ଭୁଲିଯା’ନ୍ତି ଏବଂ ଚିଡଚିଡା ସ୍ୱଭାବର ହୋଇଯା’ନ୍ତି।

ପଢନ୍ତୁ ;

୧୫ କୋଟି ଟଙ୍କାର ଡିଲକୁ ପ୍ରତ୍ୟାଖ୍ୟାନ କଲେ : ସୁଶାନ୍ତ ସିଂହ ରାଜପୁତ୍‌ ,ଜାଣନ୍ତୁ କାରଣ କ’ଣ

Related posts

ସକାଳ ଜଳଖିଆ ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ENO Beuro

ଆସୁଛି ଶୀତଦିନ , ଏହି ଉପାୟ ଦ୍ଵାରା ଆପଣଙ୍କୁ ଛୁଇଁ ପାରିବନି ଥଣ୍ଡା ଓ ସର୍ଦ୍ଦି

ENO Beuro

ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ପଣସ ମଞ୍ଜି!

ENO Beuro

Leave a Comment