VASTU

ଶାସ୍ତ୍ର ଅନୁସାରେ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଦିଅନ୍ତୁ ନାହିଁ ଏହି ସବୁ ଉପହାର

ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜିନିଷ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଉପହାର ଦେବା ଉଚିତ ହୋଇନଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ବାସ୍ତୁ ଅନୁସାରେ କାହାକୁ ରୁମାଲ ଉପହାର କରନ୍ତୁ ନାହିଁ। ଏବଂ ଅନ୍ୟ କାହା ରୁମାଲ ମଧ୍ୟ ବ୍ୟବହାର କରନ୍ତୁ ନାହିଁ। ଏହାଦ୍ଵାରା ନକରାତ୍ମକ ଶକ୍ତି ବଢିଥାଏ। ଏବଂ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ।
  • ଧାର ଥିବା ହତିଆର କିମ୍ବା ଛୁରୀ ପରି ତୀକ୍ଷ୍ଣ ଦ୍ରବ୍ୟ ଉପହାରରେ ଦେବା ଉଚିତ ନୁହେଁ। ଏପରି ଉପହାର ଦେବା ଦ୍ଵାରା ଏବଂ ଗ୍ରହଣ କରିବା ଦ୍ଵାରା ଘରେ କଳହ ସୃଷ୍ଟି ହୋଇଥାଏ। ଅଶାନ୍ତିର ପରିବେଶ ମଧ୍ୟ ସୃଷ୍ଟି ହୋଇଥାଏ।

gift

  • କୌଣସି କଳା ରଙ୍ଗର କପଡା କିମ୍ବା ଜୋତା ଉପହାର ସ୍ବରୂପ ଦିଅନ୍ତୁ ନାହିଁ। କାରଣ କଳା ରଙ୍ଗକୁ ଅଶୁଭ ବୋଲି କୁହାଯାଇଥାଏ। କଳା ରଙ୍ଗର ଉପହାର ଦେବା ଦ୍ବାରା ଜୀବନରେ ଅନେକ ଅସୁବିଧା ବଢିଥାଏ।
  • ଅନେକ ସମୟରେ ଆମେ ଶୁଭ କାର୍ଯ୍ୟରେ ଗଣେଶଙ୍କ ମୂର୍ତ୍ତି ଉପହାର ଦେଇଥାଉ । କିନ୍ତୁ ମନେ ରଖନ୍ତୁ ଗଣେଶଙ୍କ ସହିତ ମା’ ଲକ୍ଷ୍ମୀଙ୍କ ଯୁଗଳ ପ୍ରତିମାକୁ ଉପହାରରେ ଦିଅନ୍ତୁ କିମ୍ବା ଆଣନ୍ତୁ ନାହିଁ। ଏପରି କରିବା ଦ୍ୱାରା ଧନ ପ୍ରାପ୍ତି ବଦଳରେ ଧନହାନୀ ହୋଇଥାଏ।
  • କୌଣସି ହ୍ରିଂସ ଜୀବଜନ୍ତୁଙ୍କ ଫଟୋ କିମ୍ବା ମୂର୍ତ୍ତି ଉପହାରରେ ଦିଅନ୍ତୁ ନାହିଁ। ଏହାକୁ ଉପହାର ରୂପେ ଦେବା ଦ୍ଵାରା ଘରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଥାଏ।

ପଢନ୍ତୁ; ଧାଡିଦର୍ଶନକୁ ବିରୋଧ,ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା

Related posts

ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?

ENO Beuro

ଚାଣକ୍ୟ ନୀତିଅନୁସାରେ ବଡ଼ ମଣିଷ ହେବାକୁ ହେଲେ ଶିଖନ୍ତୁ ଏହିସବୁ କଥା, ଜୀବନରେ ନିଶ୍ଚିତ ମିଳିବ ସଫଳତା!

ENO Beuro

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ କାହାର ଆବଶ୍ୟକତା ରହିଛି ? ଆସନ୍ତୁ ଜାଣିବା-

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More