LIFESTYLE

ଫ୍ରିଜରେ ଅଣ୍ଡା ରଖି ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ !

ଅଧିକାଂଶ ଲୋକେ ଫ୍ରିଜରେ ଅଣ୍ଡା ରଖି ତାକୁ ବ୍ୟବହାର କରିଥାନ୍ତି । ମାତ୍ର ଏଭଳି କରିବା ସଂପୂର୍ଣ୍ଣ ଭୁଲ ଅଟେ । ଏପରି କରିବା ଦ୍ୱାରା ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ଏକଥା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ।

ଜାଣନ୍ତୁ ଅଣ୍ଡା ଫ୍ରିଜରେ ରଖି ଖାଇଲେ କଣ କଣ ଅସୁବିଧା ହୋଇଥାଏ –

-ରିପୋର୍ଟ ମୁତାବକ, ଅଣ୍ଡାରେ ସାଧାରଣତଃ ଭରପୂର ମାତ୍ରାରେ ପ୍ରୋଟିନ୍ ଏବଂ ଅନେକ ସ୍ୱାସ୍ଥ୍ୟ ହିତକର ଉପାଦାନ ମିଶିକରି ରହିଥାଏ । ଅଣ୍ଡାକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ସବୁ ଲାଭଦାୟକ ଗୁଣ ସବୁ ନଷ୍ଟ ହୋଇଯାଇଥାଏ ।

-ଫ୍ରିଜର କମ ତାପମାତ୍ରା ଅଣ୍ଡାରେ ଥିବା ଆକ୍ଟିଭ ଏନଜାଇମ୍ସକୁ ଏକ ପ୍ରକାର ନଷ୍ଟ କରି ଦେଇଥାଏ । ତେବେ ଯେତେବେଳେ ଏହାକୁ କମ୍ ତାପମାନରେ ଷ୍ଟୋର କରି ରଖାଯାଇଥାଏ । ଏହା ବ୍ୟାକ୍ଟେରିୟାଠାରୁ ତୀବ୍ର ଭାବରେ ବଢିବା କାରଣରୁ ଅଧିକ ଦୁଷିତ ହୋଇ ଯାଇଥାଏ । ଯାହା କି ଟାଇଫଏଡ, ପେଟ ଜନିତ ସମସ୍ୟା ଏବଂ ଖାଦ୍ୟ ବିଷକ୍ରିୟା ଭଳି ସମସ୍ୟା ଦେଖାଦେଇଥାଏ ।

-ଫ୍ରିଜରେ ଅଣ୍ଡା ରଖି ଖାଇବା ଦ୍ୱାରା ଖାଦ୍ୟ ବିଷକ୍ରିୟା ଜନିଷ ସମସ୍ୟା ସହ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ ।

-ଫ୍ରିଜରେ ରଖାଯାଉଥିବା ଅଣ୍ଡା ସଂପୂର୍ଣ୍ଣ ଭାବେ ବେକାର ହୋଇଯାଇଥାଏ । ଏବଂ ଏହାର ବ୍ୟବହାର କେକ୍ ତିଆରିରେ ମଧ୍ୟ ସଠିକ୍ ହୋଇ ନଥାଏ । କେକ୍ ତିଆରି ପାଇଁ ଯେତେବେଳେ ଏହି ଅଣ୍ଡାକୁ ମିଶ୍ରଣ କରାଯାଏ ତେବେ ଏହା ସେଥିରେ ସଂପୂର୍ଣ୍ଣ ରୂପେ ମିଶି ପାରି ନଥାଏ ।

ପଢନ୍ତୁ ;

ଭାଲେଣ୍ଟାଇନ୍ ଦିବସରେ କ’ଣ ଉପହାର ଦେବେ ଆପଣଙ୍କ ମନର ମଣିଷକୁ ଆସନ୍ତୁ ଜାଣିବା

Related posts

ମେଡିସିନ ଖାଇବା ସମୟରେ ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ,ନଚେତ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

ମୁଣ୍ଡରେ ସାମ୍ପୁ ଛାଡି ଏହିସବୁ ଜିନିଷ ବ୍ୟବହାର କରନ୍ତୁ ଆସିବ କେଶରେ ଚମକ!

ENO Beuro

ଜୀବନରେ ଖୁସି ରହିବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ ?

ENO Beuro

Leave a Comment