LIFESTYLE

ଚକଟା ଅଟାକୁ ଫ୍ରିଜରେ ରଖୁଛନ୍ତି କି? ଜାଣନ୍ତୁ ଏହା ଶରୀରଉପରେ କଣ ପ୍ରଭାବ ପକାଇଥାଏ!

By ENO Beuro

March 25, 2018

ଅଧିକାଂଶ ସମୟରେ ମହିଳାମାନେ ବଳକା ଦଳା ଅଟାକୁ ରୁଟି ତିଆରି କରିବା ଲାଗି ଫ୍ରିଜରେ ରଖିଥା’ନ୍ତି। ଆପଣ ହୁଏତ ଜାଣିନଥିବେ ଏହି ଅଟାକୁ ରୁଟି କରି ଖାଇବାଦ୍ଵାରା ଏହା ଶରୀର କୁପ୍ରଭାବ ପକେଇଥାଏ।

ଆସନ୍ତୁ ଜାଣିବା କାହିଁକି ଦଳା ଅଟାକୁ ଫ୍ରିଜରେ ରଖି ଖାଇବା ଠିକ ନୁହେଁ?

ବୈଜ୍ଞାନିକମାନଙ୍କ ମତ ଅନୁସାରେ ଅଟାରେ ଜଳ ମିଶାଇବା ପରେ ଏହାକୁ ଦଳି ସାଙ୍ଗେ ସାଙ୍ଗେ ରୁଟି ବେଲି ପ୍ରସ୍ତୁତ କରିବା ଉଚିତ । ଯଦି ଏହାକୁ ଫ୍ରିଜରେ ରଖି ଦିଆଯାଏ,ତେବେ ସେଥିରୁ ଏକ ରାସାୟନିକ ପଦାର୍ଥ ବାହାରିଥାଏ,ଯାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ।

ଆୟୁର୍ବେଦରେ କୁହାଯାଇଛି ଯେ,ଫ୍ରିଜରେ ରଖାଯାଇଥିବା ଚକଟା ଅଟାରୁ ପ୍ରସ୍ତୁତ ରୁଟି ବାସି ଭଳି ଲାଗିଥାଏ ଏବଂ ଏହାକୁ ଖାଇଲେ ହଜମ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ତା’ଛଡ଼ା ଏହା ଗ୍ୟାସଷ୍ଟ୍ରିକ୍ ସମସ୍ୟା ମଧ୍ୟ ଉପୁଜାଇଥାଏ।

ଶାସ୍ତ୍ରରେ କୁହାଯାଇଛି ଯେ ବାସି ଖାଦ୍ୟ ହେଉଛି ଭୂତର ଆହାର । ବିଶ୍ୱାସ ରହିଛି, ବଳିଥିବା ଚକଟା ଅଟାକୁ ଫ୍ରିଜରେ ରଖିଦେଲେ,ତାହା ପିଣ୍ଡ ଭଳି ହୋଇଯାଇଥାଏ । ଏହାକୁ ଭୂତ-ପ୍ରେତ ପିଣ୍ଡ ଭାବେ ଭକ୍ଷଣ କରିବା ପାଇଁ ଘରକୁ ଆସିଥାନ୍ତି । ଯେଉଁ ପରିବାରରେ ଏଭଳି ଅଭ୍ୟାସ ରହିଛି, ସେହିଘରେ ଲୋକେ କୌଣସି ନା କୌଣସି ରୋଗରେ ପୀଡ଼ିତ ହୋଇଥା’ନ୍ତି ଅଥବା ଆଳସ୍ୟର ଶିକାର ହୋଇଥା’ନ୍ତି।

ପଢନ୍ତୁ; ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!