LIFESTYLE

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

ମୋବାଇଲ ଫୋନ୍ ର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ଏକ ଗବେଷଣାରୁ ଜଣାପଡିଛି ଯେ ଅତ୍ୟଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର ଶରୀରପକ୍ଷେ କ୍ଷତିକାରକ ହୋଇଥାଏ । କେବଳ ଏତିକି ନୁହେଁ ଆଖି ଜଳିବା ଓ ଅନିଦ୍ରା ଆଦି ସମସ୍ୟା ଦେଖା ଦେଇଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ମୋବାଇଲ ଫୋନ୍ ରଖିବା ଉଚିତ ନୁହେଁ-

  • ଆପଣ ତକିଆ ତଳେ ସ୍ମାର୍ଟଫୋନ୍ ରଖି ଶୋଉଛନ୍ତି କି? ତେବେ ଏହି ଅଭ୍ୟାସ ଦୂର କରନ୍ତୁ। ନଚେତ ଏମିତି କରିବା ଦ୍ୱାରା ଆଗାମୀ ଦିନରେ ସେମାନଙ୍କ ମୁଣ୍ଡବଥା ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟା ଦେଖା ଦେଇଥାଏ।
  • ସାର୍ଟ ପକେଟରେ ବି ମୋବାଇଲ ଫୋନ୍ ରଖିଲେ ଏଥିରୁ ବାହାରୁଥିବା ରେଡିଏସନ୍ ଆପଣଙ୍କ ହୃଦୟ ଉପରେ ପ୍ରଭାବ ପକାଇଥାଏ। ମୋବାଇଲ ରେଡିଏସନ୍ ଦ୍ୱାରା ହୃଦୟ ଦୁର୍ବଳ ହୋଇଯାଇଥାଏ।
  • ଯଦି ଆପଣଙ୍କ ଫୋନକୁ ରାତିସାରା ଚାର୍ଜଂରେ ଲଗାଇ ଶୋଉଛନ୍ତି ତେବେ ଏହା ଆପଣଙ୍କ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ କରିବ ଦ୍ୱାରା ଫୋନ୍ ବ୍ୟାଟେରୀ ଖୁବକମ୍ ସମୟ ମଧ୍ୟରେ ଖରାପ ହେବ ସହିତ ଚର୍ମ ଉପରେ ବି ଏହାର କୁପ୍ରଭାବ ପଡ଼ିଥାଏ।
  • ପିଲାଙ୍କ ପାଖରେ ବି ମୋବାଇଲ ରଖିବା ବିପଦପୂର୍ଣ୍ଣ ହୋଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ପିଲାଙ୍କ ପାଖରେ ଫୋନ୍ ରଖିବା ଦ୍ୱାରା ହାଇପରଏକ୍ଟିଭିଟି ଓ ଡିଫିସିଟ ଡିସଅର୍ଡର ଭଳି ସମସ୍ୟା ଦେଖା ଦେଇପାରେ।
  •  ଯେଉଁ ପୁରୁଷମାନେ ସେମାନଙ୍କ ପ୍ୟାଣ୍ଟର ସାମ୍ନା ପାର୍ଶ୍ୱ ପକେଟରେ ଫୋନ୍ ରଖୁଛନ୍ତି ସେମାନଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ପାଇଥାଏ। କେବଳ ଏତିକି ନୁହେଁ ସାମ୍ନା ପକେଟରେ ଫୋନ୍ ରଖିଲେ ପୁରୁଷଙ୍କ ସ୍ପର୍ମର ଗୁଣବତ୍ତା ନଷ୍ଟ ହୋଇଯାଇଥାଏ।

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ! phone

ପଢନ୍ତୁ; ଚାଣକ୍ୟ ନୀତିରେ ସଫଳ ବିବାହ ପାଇଁ କିଛି ଉପାୟ

Related posts

ଆସନ୍ତୁ ଜାଣିବା ମୋଜା ପିନ୍ଧିବା ଦ୍ଵାରା ଆମ କୁ କି କି ଲାଭ ମିଳେ

ENO Beuro

ଥଣ୍ତାକାଶ ଭଳି ସମସ୍ୟା ପାଇଁ ମହୁ ଏକ ମହୌଷଧି ପରି କାମ କରେ

ENO Beuro

ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ “ତୁଳସୀ ପତ୍ର”, ଆସନ୍ତୁ ଜାଣିବା ଏହାର କିଛି ଔଷଧିୟଗୁଣ ସମ୍ପର୍କରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More