VASTU

ସୁନ୍ଦର ଚେହେରା ଦେଖି ବିବାହ କରିବା ଭଲ ନୁହେଁ : ଚାଣକ୍ୟ ନୀତି

ଚାଣକ୍ୟ ନୀତିକୁ ଅନୁସରଣ କରିବା ଆମ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ଜଣେ ଏମିତି ମଣିଷ ଥିଲେ ଯିଏ ତାଙ୍କର ବୁଦ୍ଧି ବଳ ଏବଂ ବ୍ୟକ୍ତିତ୍ବ ଦ୍ଵାରା ପୁରା ଭାରତର ଜୀବନଶୈଳୀ ବଦଳେଇ ଦେଇଥିଲେ। ତାଙ୍କ ନୀତି ପାଳନ କରିବାଦ୍ଵାରା ଜୀବନରେ ସୁଖ ଶାନ୍ତି ସବୁବେଳେ ରହିଥାଏ। ହିନ୍ଦୁ ଧର୍ମରେ ବିବାହ ପାଇଁ ସବୁ ମହିଳାଙ୍କ ପାଖରେ ଉପଯୁକ୍ତ ଗୁଣ ନଥାଏ । ବିବାହ ପୂର୍ବରୁ ମହିଳାଙ୍କ ସଂସ୍କାର, ଲକ୍ଷଣ ଓ ଗୁଣ ବିଷୟରେ ଭଲ ଭଲରେ ଜାଣିନେବା ଉଚିତ । ଏମିତି କିଛି ଗୁଣ ଚାଣକ୍ୟ ନୀତିରେ କୁହାଯାଇଛି, ଯାହାକୁ ଆମେ ପାଳନ କଲେ ଆପଣଙ୍କ ଜୀବନ ସୁଖମୟ ହେବ।

ଆସନ୍ତୁ ଜାଣିବା-

  • ଅଧିକ ସୁନ୍ଦର ମହିଳାଙ୍କୁ କେବେବି ବିବାହ କରନ୍ତୁ ନାହିଁ କାରଣ ଅତି ସୁନ୍ଦର ପାଇଁ ସୀତାଙ୍କ ହରଣ ହୋଇଥିଲା । ଅତ୍ୟଧିକ ଗର୍ବ କାରଣରୁ ରାବଣର ମୃତ୍ୟୁ ହୋଇଥିଲା।
  • ଚାଣକ୍ୟ ନୀତି ଅନୁସାରେ ଭଲ ସଂସ୍କାର ଥିବା ମହିଳା ଘରକୁ ସ୍ୱର୍ଗ ପରି ତୋଳିଥାଏ। ସ୍ୱାମୀ ପିଲାଛୁଆଙ୍କ ସହିତ ପୁରା ପରିବାରର ଯତ୍ନ ନେଇଥାଏ । କିନ୍ତୁ ସଂସ୍କାର ନଥିବା ମହିଳା ପୁରା ପରିବାରକୁ ନଷ୍ଟ କରିଦିଏ । ନିଜ ସ୍ୱାମୀଙ୍କୁ ନେଇ ବାହାରେ ରୁହନ୍ତି। ଶାଶୁ ଶ୍ଵଶୁରଙ୍କ ଭଲମନ୍ଦ ବୁଝନ୍ତି ନାହିଁ।
  • ବିବାହ ପାଇଁ ସୁନ୍ଦରତା ଏକ ମାତ୍ର ଗୁଣ ନୁହେଁ ଯେଉଁ ବ୍ୟକ୍ତି ସୁନ୍ଦରତାକୁ ଦେଖି ବିବାହ କରନ୍ତି । ତାଙ୍କ ଠାରୁ ଦୁନିଆରେ ବୋକା ମଣିଷ କେହି ନାହାନ୍ତି।
  • ସ୍ତ୍ରୀ ଯଦି ସୁନ୍ଦର ଅଛି ସଂସ୍କରୀ ଅଛି ଯେବେ ଆପଣଙ୍କୁ ସେ ଘରେ ହିଁ ସ୍ୱର୍ଗ ଅନୁଭବ ହେବ। କିନ୍ତୁ ସ୍ତ୍ରୀ ଯଦି ସଂସ୍କାର ହୀନ, ଅଧର୍ମୀ, ହୋଇଥିବ ସେ କେତେବି ସୁନ୍ଦର ଥିଲେ ମଧ୍ୟ ଘରକୁ ନର୍କ କରି ଦେବ। ମନେରଖନ୍ତୁ ସବୁବେଳେ ସୁନ୍ଦର ମନ ଦେଖି ବିବାହ କରିବା ଦରକାର ସୁନ୍ଦର ଚେହେରାକୁ ନୁହେଁ।

ପଢନ୍ତୁ; ଭଗବାନଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ,ନିଶ୍ଚିତ ପୂର୍ଣ ହେବ ଆପଣଙ୍କ ମନସ୍କାମନା

Related posts

ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ?

ENO Beuro

ଗାଧୁଆଘରେ କେଉଁଠାରେ ଆଇନା ଲଗାଇଲେ କଣ ଫଳ ମିଳେ ଜାଣନ୍ତୁ?

ENO Beuro

ଆଜି ହେଉଛି ପବିତ୍ର ଧନ୍‌ତେରସ,ସୁନା ଦୋକାନରେ ଲାଗିଛି ଗ୍ରାହକମାନଙ୍କ ଭିଡ଼

ENO Beuro

1 comment

Leave a Comment