Loading...

ଚନ୍ଦ୍ରର ଅସୁନ୍ଦର ଫଟୋ ସେୟାର ନକରିବାକୁ ଇସ୍ରୋକୁ ଅନୁରୋଧ କଲେ ସମାଜବାଦୀ ନେତା ରାମ ଗୋପାଳ ଯାଦବ

ଚନ୍ଦ୍ରର ଅସୁନ୍ଦର ଫଟୋ ସେୟାର ନକରିବାକୁ ଇସ୍ରୋକୁ ଅନୁରୋଧ କଲେ ସମାଜବାଦୀ ନେତା ରାମ ଗୋପାଳ ଯାଦବ

“ଚନ୍ଦ୍ରଯାନ- ୩ମିଶନ ଅଧୀନରେ ନିଆଯାଇଥିବା ଚନ୍ଦ୍ରର ଅସୁନ୍ଦର ଫଟୋକୁ ବୈଜ୍ଞାନିକମାନେ ସେମାନଙ୍କ ଅଧ୍ୟୟନରେ ଲଗାନ୍ତୁ। ଏହାକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ।

ଗବେଷଣା କର, ହେଲେ ଚନ୍ଦ୍ରର ଅସୁନ୍ଦର ଫଟୋ ସେୟାର କରନାହିଁ। ଏଭଳି କହି ଏବେ ଚର୍ଚ୍ଚାରେ ସମାଜବାଦୀ ପାର୍ଟିର ନେତା ରାମ ଗୋପାଳ ଯାଦବ। ବୁଧବାର ଦିନ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ନେତା ରାମ ଗୋପାଳ ଯାଦବ ଏଭଳି କହିବା ପରେ ଉପସ୍ଥିତ ସାଂସଦ ହସିବାକୁ ଲାଗିଥିଲେ।ସେ ଇସ୍ରୋର ବୈଜ୍ଞାନିକମାନଙ୍କୁ କହିଥିଲେ ଯେ, “ଚନ୍ଦ୍ରଯାନ- ୩ମିଶନ ଅଧୀନରେ ନିଆଯାଇଥିବା ଚନ୍ଦ୍ରର ଅସୁନ୍ଦର ଫଟୋକୁ ବୈଜ୍ଞାନିକମାନେ ସେମାନଙ୍କ ଅଧ୍ୟୟନରେ ଲଗାନ୍ତୁ। ଏହାକୁ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ। କାରଣ ଯେଉଁମାନେ ଚନ୍ଦ୍ରକୁ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ବିବେଚନା କରନ୍ତି, ସେମାନଙ୍କୁ ଏହି ଫଟୋ ଦେଖିବାକୁ ଭଲ ଲାଗୁନାହିଁ।”

ତାଙ୍କ କହିବା ମୁତାବକ, “ପ୍ରାଚୀନ କାଳରୁ ଆମେ ଚନ୍ଦ୍ରକୁ ଅତି ସୁନ୍ଦର ଭାବରେ ବିବେଚନା କରି ଆସିଛୁ। ଆମେ ଆମର ବୈଜ୍ଞାନିକମାନଙ୍କୁ କହିବୁ ଚନ୍ଦ୍ରର ଅସୁନ୍ଦର ଫଟୋ ସେୟାର କରନ୍ତୁ ନାହିଁ, ଏହାକୁ ନେଇ ଅନୁସନ୍ଧାନ ଜାରି ରଖନ୍ତୁ। କେବଳ ସଦସ୍ୟ ନୁହଁନ୍ତି ଚେୟାରମ୍ୟାନ୍ ଜଗଦୀପ ଧନଖର ମଧ୍ୟ ରାମ ଗୋପାଳଙ୍କ ଏହି କଥା ଶୁଣି ହସିଥିଲେ।”

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.