LIFESTYLE

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ?

ଅଧିକାଂଶଲୋକ ରାତ୍ରି ଭୋଜନପରେ ତୁରନ୍ତ ଶୋଇପଡିଥାନ୍ତି । କିନ୍ତୁ ଜାଣିରଖନ୍ତୁ ଏମିତି କରିବା ଶରୀର ପକ୍ଷେ କ୍ଷତିକାରକ ଅଟେ।

ଡିନର କରିବା ପରେ ସଂଙ୍ଗେ ସଂଙ୍ଗେ ଶୋଇବାଦ୍ଵାରା ଏହା ଶରୀର ଉପରେ କଣ ପ୍ରଭାବ ପକେଇଥାଏ ଜାଣନ୍ତୁ-

ରାତ୍ରିଭୋଜନ ପରେ ତୁରନ୍ତ ଶୋଇଲେ ଶରୀରର ଅତିରିକ୍ତ ଓଜନ ବଢ଼ିଥାଏ। ପେଟରେ ଚର୍ବି ବଢ଼ିବା ସହିତ ବଦହଜମିର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଚିକିତ୍ସକମାନଙ୍କ ମତ ଅନୁଯାୟୀ, ଭୋଜନରୁ ଶୟନ ମଧ୍ୟରେ ଅତିକମ୍‌ରେ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଆବଶ୍ୟକ।

ଭୋଜନର ଦଶ ମିନିଟ୍‌ ପରେ ଅତିକମ୍‌ରେ ୧୦ରୁ ୧୫ ମିନିଟ୍‌ ଯାଏଁ ଚାଲିବା ଜରୁରୀ ଅଟେ। ଖାଇସାରିବା ପରେ ପରେ ମଧ୍ୟ ତୁରନ୍ତ ଖଟରେ ଗଡ଼ିବା ଠିକ୍‌ ନୁହେଁ।

ପ୍ରକୃତରେ ରାତିରେ ଶରୀରର ମେଟାବଲିକ୍‌ ରେଟ୍‌ ଧିମା ହୋଇ ଯାଇଥାଏ।ଏହାଦ୍ୱାରା ଭୋଜନକୁ ହଜମ କରିବାପାଇଁ ଅଧିକ ସମୟ ଲାଗିଥାଏ। ଏଣୁ ରାତ୍ରି ଭୋଜନରେ ଉଚ୍ଚ କ୍ୟାଲୋରି,ଫ୍ୟାଟ୍‌ ଓ ମସଲାଯୁକ୍ତ ସେବନ ନ କରିବା ଆବଶ୍ୟକ। ପ୍ରଚୁର ମାତ୍ରାରେ ଭୋଜନ କରିଲେ ଗ୍ୟାସ୍‌ଷ୍ଟ୍ରାଇଟିସ୍‌ ଓ ହାର୍ଟବର୍ଣ୍ଣ ଭଳି ସମସ୍ୟା ମଧ୍ୟ ଉପୁଜିଥାଏ।

ଏଣୁ ରାତିିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଲି ସେତିକି ନୁହେଁ ଶୋଇବାର ଦୁଇ-ତିନି ଘଣ୍ଟା ଆଗରୁ ମଧ୍ୟ କଫି ପିଇବା ଉଚିତ୍‌ ନୁହେଁ।ହଁ ରାତିରେ ଶୋଇବା ଆଗରୁ କ୍ଷୀର ପିଇବା ଉଚିତ।ଏହା ଭଲ ନିଦ ଆଣିବାରେ ସହାୟକ ହୋଇଥାଏ।

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ? ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ? sleeping 3

ପଢନ୍ତୁ;

ଝିଅମାନେ କ’ଣ ପାଇଁ ଗୋଡରେ କଳା ସୂତା ପିନ୍ଧନ୍ତି ଜାଣନ୍ତୁ

Related posts

ତମ୍ବା ମୁଦି, ଚୁଡ଼ି କିମ୍ବା ବ୍ରେସ୍‌ଲେଟ୍‌ ପିନ୍ଧନ୍ତୁ ମିଳିବ ଅନେକ ଫାଇଦା!

ENO Beuro

ନିୟମିତ ଗୁପଚୁପ୍ ଖାଉଛନ୍ତି କି? ଜାଣିରଖନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ!

ENO Beuro

ଅଦ୍ଭୁତ ପରମ୍ପରା :୫ ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ରହିବାକୁ ପଡ଼ିଥାଏ ବିବସ୍ତ୍ର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More