• Home
  • LIFESTYLE
  • ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ! ଜାଣନ୍ତୁ କାହିଁକି ?
LIFESTYLE

ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ! ଜାଣନ୍ତୁ କାହିଁକି ?

ଅନେକ ଲୋକ ଅଛନ୍ତି ରାତିରେ ଲାଇଟ୍ ଜଳେଇ ଶୋଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଅଧିକାଂଶ ଲୋକଙ୍କୁ ଜଣା ନଥାଏ ଯେ ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଡାକ୍ତରଙ୍କ ମତ ରାତିରେ ଶୋଇବା ସମୟରେ ଲାଇଟ୍ ଜଳାଇ ଶୋଇବା ଦ୍ୱାରା ବହୁ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏପରି ଶୋଇବା ଦ୍ୱାରା କି ସମସ୍ୟା ହୋଇଥାଏ।

ଆସନ୍ତୁ ଜାଣିବା ଏମିତି ଶୋଇବା ଦ୍ଵାରା ଏହା ଶରୀର ଉପରେ କଣ ପ୍ରଭାବ ପକେଇଥାଏ-

ଡାକ୍ତରଙ୍କ କହିବା ଅନୁଯାୟୀ,ସୁସ୍ଥ ଜୀବନ ପାଇଁ ଦିନକୁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ। ଦିନସାରା କାମ କରି ରାତିରେ ଶାନ୍ତିରେ ଶୋଇବାକୁ ସମସ୍ତେ ଚାହିଁଥାନ୍ତି।ଯଦି ରାତିରେ ଶୋଇବା ବେଳେ ଲାଇଟ୍ ଜଳାଇ ରଖନ୍ତି ଏହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଓ ଆଖି ଉପରେ ପଡିଥାଏ ।ଯଦି ରାତିରେ କମ୍ପ୍ୟୁଟରରେ କାମ କରୁଥିବେ କିମ୍ୱା ସ୍ୱଳ୍ପ ଆଲୁଅରେ ପାଠ ପଢ଼ୁଥିବେ ତେବେ ଆପଣ ଚାପଗ୍ରସ୍ତ ହୋଇପାରନ୍ତି ।ଫଳରେ ମୁଣ୍ଡବ୍ୟଥା ଓ ଆଖିରେ ଜଳାପଡ଼ା ସମସ୍ୟା ଦେଖା ଦେଇପାରେ।

ରାତିରେ ଲାଇଟ୍ ଜଳାଇବା ଦ୍ଵାରା ନିଦ ଠିକ୍ ରେ ହୋଇ ନଥାଏ। ବାରମ୍ୱାର ନିଦ ଭାଙ୍ଗି ଯାଇଥାଏ । ଏହାର ସିଧା ପ୍ରଭାବ ନିଦ ପରେ ପଡ଼ିଥାଏ । ଫଳରେ ନିଦ୍ରାହିନତା ପରି ସମସ୍ୟା ସୃଷ୍ଟି ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ। ଏହାସହ ମସ୍ତିଷ୍କ ଉପରେ ଚାପ ପଡିଥାଏ। ଯାହା ହୃଦଘାତ ଓ ରକ୍ତଚାପ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ।

ରାତିରେ ଲାଇଟ୍ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ! ଜାଣନ୍ତୁ କାହିଁକି ? sleeping

ପଢନ୍ତୁ;

ଖାଦ୍ୟରେ ସାମିଲ କରନ୍ତୁ “ବ୍ରୋକଲି” ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ !

Related posts

ଆପଣ ଜାଣିଛନ୍ତି କି ପୁଅମାନେ ପ୍ରେମରେ ପଡ଼ିଲା ପରେ କ’ଣ ପରିବର୍ତ୍ତନ ଆସିଥାଏ ?

Krishna Kumar Manoj

ସର୍ବଦା ଖୋସା କରିବା କେଶ ପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ ?

Krishna Kumar Manoj

ଅଣ୍ଟା ବ୍ୟଥା ର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More