LIFESTYLE

ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରୁଛନ୍ତି କି ? ଏହା ଶରୀର ପ୍ରତି ହାନିକାରକ ଅଟେ , ଜାଣନ୍ତୁ ଏହାର କାରଣ କଣ

By Krishna Kumar Manoj

February 01, 2018

ମୋବାଇଲ ଆଜି ଆମ ଜୀବନର ଏକ ଜରୁରୀ ଜିନିଷ ହେଇଯାଇଛି ।  ଯେଉଁଠାରେ ଆମେ ଦିନ ସାରା ମୋବାଇଲ ଫୋନର ବ୍ୟବହାର କରୁଛେ । ଯଦି ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତୁ ତାହାଲେ  ସାବଧାନ ହେଇଯାନ୍ତୁ । କାରଣ ଏହା ଆପଣଙ୍କ ସ୍ଵାସ୍ଥ ପାଁଇ ହାନିକାରକ ଅଟେ ।

ଏବେ ଆପଣ ଚିନ୍ତା କରିବାରେ ଲାଗିପଡନ୍ତୁ ନାହିଁ ।  ପ୍ରଥମେ  ନିମ୍ନରେ ଲେଖଥିବା ବିଷୟକୁ ଭଲ ଭାବରେ ଧ୍ୟାନ ଦେଇ ପଢନ୍ତୁ ;

  1. କମ ଶୋଇବା: ହାବାର୍ଡ ୟୂନିବାରସିଟିର ଏକ ରିପୋର୍ଟ ଅନୁସାରେ “ଅଧିକାଂଶ ଲୋକେ ଶୋଇବା ପୂର୍ବରୁ ବିଛଣା ଉପରେ ଫୋନର ବ୍ୟବହାର କରିଥାନ୍ତି ” , କିନ୍ତୁ ଆପଣ ଏହା ଜାଣିରଖନ୍ତୁ କି ଏହି ମୋବାଇଲର ବ୍ୟବହାର ଶରୀରରେ ଥିବା ମେଲାଟୋଟିନ ହରମୋହନର ସ୍ତର କମାଇ ଦେଇଥାଏ।
  2. ଆଖିର ଶକ୍ତି କମିଥାଏ: ଆମେରିକାର ମାସକୁଳର ଦିଜନେସନ ଫାଉଣ୍ଡେସନର ଏକ ରିପୋର୍ଟ ଅନୁଯାୟୀ ,ମୋବାଇଲ ଅଧିକ ବ୍ୟବହାର କରିବା ଦ୍ୱାରା ଆଖିର ଶକ୍ତି କମି ଯାଇଥାଏ।
  3. ଦୁଶ୍ଚିନ୍ତା ବଢିଥାଏ: ୟୂନିବାରସିଟି ଅଫ ବର୍ଷେସ୍ତରର ରିପୋର୍ଟ ଅନୁସାରେ ଅଧିକ ରାତିରେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ଦୁଶ୍ଚିନ୍ତା ବଢିଥାଏ ।
  4. ଥକାପଣ: ରାତିରେ ଅଧିକ ଡେରିରେ ଶୋଇବା ଦ୍ୱାରା ଥକାପଣ ଅନୁଭବ ହେଇଥାଏ ।
  5. ରେଡନେସରେ ଅସୁବିଧା: ରାତିରେ ଶୋଇବା ପୂର୍ବରୁ ଅଧିକ ଡେରି ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବା ଦ୍ୱାରା ଆଖିରେ ଥିବା ରେଡନେସରେ ଅସୁବିଧା ଦେଖାଦେଇଥାଏ ।

ପଢନ୍ତୁ ;

ଚୀନ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି : ଆଫ୍ରିକା ୟୁନିୟନ