VASTU

ଅନ୍ୟର ଏହି ୬ଟି ଜିନିଷ ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଉର୍ଜାର ବହୁତ୍ ଅଧିକ ମହତ୍ଵ ରହିଥାଏ।ପ୍ରତ୍ୟେକ ମନୁଷ୍ୟର  ଏକ ସ୍ବତନ୍ତ୍ର ଊର୍ଜା ରହିଥାଏ।ଯାହା ଆମ ଆଖ ପାଖରେ ଥିବା ଜିନିଷ ବା ଆମ ଦ୍ବାରା ବ୍ୟବହୃତ  ଜିନିଷ ଉପରେ ପ୍ରଭାବ  ପକାଇଥାଏ।ଏପରି ସ୍ଥଳେ ଅନ୍ୟ କାହାର ଜିନିଷ ବ୍ୟବହାର କରିବା ଆମ ପାଇଁ ଦୁର୍ଭାଗ୍ୟ ବା ଆର୍ଥିକ ସମସ୍ୟାର କାରଣ ବି ହୋଇଥାଏ।

ଆସନ୍ତୁ ଜାଣିବା ଅନ୍ୟ ମାନଙ୍କର ଏପରି ୬ ଟି ଜିନିଷ ଯାହାକୁ ଆମେ ଭୁଲରେ ବି ବ୍ୟବହାର କରିବା ଉଚିତ୍ ନୁହେଁ

୧.ପେନ-

ଅନେକ ସମୟରେ ଆମେ ନିଜ କାମ ପାଇଁ  ଅନ୍ୟଠାରୁ   ପେନ ନେଇ ବ୍ୟବହାର କରିଥାଉ।କିନ୍ତୁ କାମ ସରିବା ପରେ ସେହି ଜିନିଷକୁ ଫେରାଇବା ଭୁଲି  ଯାଉ।କିନ୍ତୁ ଏହି ସାଧାରଣ କଥାଟି ଆମ ପାଇଁ ଆର୍ଥିକ ସମସ୍ୟା ବା ଅପମାନ ର କାରଣ ହୋଇପାରେ।ଏଥିପାଇଁ ଭୁଲରେ ବି ଅନ୍ୟ କାହାର ପେନ୍ ନିଜ ପାଖରେ ରଖନ୍ତୁ ନାହିଁ।ଯଦି କେବେ କାହାଠାରୁ ପେନ୍ ମାଗିକି ଆଣିଛନ୍ତି ତେବେ କାମ ସରିବା ପରେ ତାକୁ ଫେରାଇ ଦିଅନ୍ତୁ।

୨.ବେଡ୍-

ଅନ୍ୟ କାହାରି ବେଡ୍ ରେ ଶୋଇବାକୁ ବି ବାସ୍ତୁ ଦୋଷ ବିଚାର କରାଯାଏ।ଏପରି କରିବା ଦ୍ଵାରା ତାଙ୍କ ସହ କଳହ ସୃଷ୍ଟି ହୁଏ ଓ ଧାନ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖାଦିଏ।

୩.ଘଣ୍ଟା –

ଅନ୍ୟର ଘଡି ପିନ୍ଧିବା ଦ୍ଵାରା କାର୍ଯ୍ୟରେ ଅସଫଳତା ମିଳିଥାଏ।

୪.ବସ୍ତ୍ର-

ଅନ୍ୟ କାହାର ବସ୍ତ୍ର ମାଗିବା ବା ପିନ୍ଧିବା ଦ୍ଵାରା ଆସନ୍ତି ଏବଂ କଳହ ସାରାଜୀବନ ପିଛା ଛାଡେ ନ।ହିଁ।

୫.ଧନ-

କୌଣସି ଅନ୍ୟ ବ୍ୟକ୍ତିର ଧନ ଉପରେ ଦୃଷ୍ଟି ପକେଇବା ବା ଉଧାର ନେଇ ନ ଫେରାଇବା ବି ମନୁଷ୍ୟ ପାଇଁ ସମସ୍ୟା ଓ ଦୁର୍ଭାଗ୍ୟର କାରଣ ହୋଇପାରେ।ଏଥିପାଇଁ କାହାର ଧନ ଉପରେ ଖରାପ୍ ଦୃଷ୍ଟି ରଖନ୍ତୁ ନାହିଁ।

୬..ରୁମାଲ-

ଅନ୍ୟ କାହାରି ରୁମାଲ ବ୍ୟବହାର କରିବା ଝଗଡା,ଚିନ୍ତା ଓ ଧନ ସମସ୍ୟାର ବି କାରଣ ହୋଇପାରେ।

 

 

ପଢନ୍ତୁ:ପୁଲୱାମା ଆକ୍ରମଣରେ ସହିଦ ଦୁଇ ଓଡିଆ ଯବାନଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

Related posts

ଅଫିସରେ କାମ କରିବାକୁ ମନ ଲାଗୁନାହିଁ କି ? ଏଥିପାଇଁ ବାସ୍ତୁଦୋଷ ହୋଇପାରେ ବଡ କାରଣ ; ଜାଣନ୍ତୁ

ENO Beuro

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ENO Beuro

ସଙ୍କଟରୁ ମୁକ୍ତି ଦେବ ଦୀପ

Ratnamani Moharana

Leave a Comment