• Home
  • LIFESTYLE
  • ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ?
LIFESTYLE

ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ?

ସାଧାରଣତଃ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ । କାରଣ ଏହାଦ୍ୱାରା ପନିପରିବାରେ ଲାଗିଥିବା ଧୂଳିମଳି ସଫା ହେବା ସହ ଏଥିରେ ଲାଗିଥିବା ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଥାନ୍ତି । ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ରୋଷେଇ କରିବା ପୂର୍ବରୁ ଧୋଇବାର ଆବଶ୍ୟକତା ରହିନଥାଏ ।

ରୋଷେଇ କରିବା ପୂର୍ବରୁ ଏହି ଖାଦ୍ୟକୁ ଧୋଇବାର ଆବଶ୍ୟକତା ରହିନଥାଏ

ସାଧାରଣତଃ ମାଂସ ରୋଷେଇ ପୂର୍ବରୁ ଏହାକୁ ଅନେକ ଲୋକ ଧୋଇଦିଅନ୍ତି । ଏପରିକି କିଛି ଲୋକ ମାଂସରୁ ବ୍ୟାକ୍ଟେରିଆ ସଫା କରିବା ପାଇଁ ଏହାକୁ ସିଝାଇ ଦିଅନ୍ତି । ତେବେ ଜାଣି ରଖିବା ଉଚିତ ରୋଷେଇ କରିବା ପୂର୍ବରୁ ଏହାକୁ ଆଦୌ ଧୁଅନ୍ତୁ ନାହିଁ । କାରଣ ଏହାକୁ ଧୋଇବା ଫଳରେ ମାଂସରୁ ପ୍ରୋଟିନ ଅଂଶ ବାହାରି ଯାଇଥାଏ ।

ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ? dont wash chicken 1

ମସରୁମ ଅଧିକାଂଶ ଲୋକଙ୍କର ଏକ ପ୍ରିୟ ଖାଦ୍ୟ । ମସରୁମ ପାଣିକୁ ଖୁବଶୀଘ୍ର ଶୋଷଣ କରିଥାଏ । ତେବେ ରୋଷେଇ ପୂର୍ବରୁ ମସରୁମକୁ ଧୋଇବା ଅଭ୍ୟାସ ଛାଡି ଦିଅନ୍ତୁ । କାରଣ ଏହାକୁ ଧୋଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଭିଟାମିନ ନଷ୍ଟ ହୋଇଯାଇଥାଏ ।

ସକାଳେ ହେଉ ଅବା ସନ୍ଧ୍ୟା ଅଧିକାଂଶ ଲୋକ ଏହି ସମୟରେ ପାସ୍ତା ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପାସ୍ତାକୁ ରୋଷେଇ କରିବା ପୂର୍ବରୁ ମଧ୍ୟ ଏହାକୁ ଧୋଇବା ଅନୁଚିତ । କାରଣ ଏହାକୁ ଧୋଇଲେ ଏଥିରେ ଥିବା ସ୍ଟ୍ରାର୍ଚ ନଷ୍ଟ ହୋଇଯାଇଥାଏ । ପାସ୍ତାରେ ଥିବା ସ୍ଟ୍ରାଚ ପାସ୍ତାର ଏକ ମୁଖ୍ୟ ପୋଷକ ତତ୍ତ୍ୱ ଓ କେବଳ ସ୍ଟ୍ରାଚ ପାଇଁ ପାସ୍ତା ଅଧିକ ସୁଆଦିଆ ଲାଗିଥାଏ ।

ରୋଷେଇ ପୂର୍ବରୁ ଅଣ୍ଡାକୁ ଆଦୌ ଧୋଇବା ଉଚିତ୍ ନୁହେଁ । କାରଣ ଅଣ୍ଡାକୁ ବ୍ୟାକ୍ଟେରିଆ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହାର ଉପରି ଭାଗରେ ଏକ ଆସ୍ତରଣ ରହିଥାଏ । ତେବେ ରୋଷେଇ ପୂର୍ବରୁ ଅଣ୍ଡା ଧୋଇଦେଲେ ଏହା ନଷ୍ଟ ହୋଇଯାଇଥାଏ ।

ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ? dont wash egg 2

ପଢନ୍ତୁ ;

ବାସ୍ତବରେ ଆପଣଙ୍କୁ କେହି ଈର୍ଷା କରୁଛନ୍ତି ବୋଲି ଜାଣିବେ କେମିତି ?

Related posts

ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ରସୁଣ ଖାଇବା ଦ୍ଵାରା ହୋଇପାରିବେ ଅନେକ ସଂକ୍ରମଣ ରୋଗ ରୁ ମୁକ୍ତି ! ଜାଣନ୍ତୁ ଏହାର ଉପକାରିତା

Krishna Kumar Manoj

ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More