LIFESTYLE

ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ମହିଳାମାନଙ୍କୁ କଣ କଣ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ?

ଗର୍ଭବତୀ ଅବସ୍ଥାରେ ସାଧାରଣତଃ ନିଜର ବସିବା-ଉଠିବା ଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ବିଶେଷ ରୂପେ ଧ୍ୟାନ ଦେବା ଆବଶ୍ୟକ ଅଟେ । ଏହି ସମୟରେ ମହିଳାମାନେ ନିଜ ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ମାତ୍ର ଏସବୁ ପରେ ମଧ୍ୟ କିଛି ଏମିତି କଥା ରହିଛି ଯାହା ଜଣେ ଗର୍ଭବତୀ ମହିଳା ନକରିବା ଉଚିତ ।

ତେବେ ଜାଣନ୍ତୁ ଗର୍ଭବତୀ ସମୟରେ ମହିଳାମାନଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ-

  1. ଗର୍ଭାବସ୍ଥ ସମୟରେ ସାଧାରଣତଃ ବିଭିନ୍ନ ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରହିବା ଉଚିତ । ତେବେ ଏକ ଗବେଷଣାରୁ ଏହା ଜଣା ପଡିଛି ଯେ, ମାନସିକ ଅଶାନ୍ତିର ପ୍ରଭାବ ସିଧାସଳଖ ଗର୍ଭସ୍ଥ ଶିଶୁ ଉପରେ ହିଁ ପଡିଥାଏ । ଯାହା ଦ୍ୱାରା ଶିଶୁଟି ବିକଳାଙ୍ଗ ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ଏଥପାଇଁ ବିଶେଷ କରି ଏହି ଦିନମାନଙ୍କରେ ଖୁସି ରହିବା ନିହାତି ଆବଶ୍ୟକ ।
  2. ଏହି ଦିନମାନଙ୍କରେ କିଛି ମହିଳାମାନେ ବସିବାବେଳେ ତଳକୁ ନଇଁ କରି ବସିଥାନ୍ତି । ଆଉ ଯେଉଁଥିପାଇଁ ସେମାନେ ପିଠି ଯନ୍ତ୍ରଣା ଅନୁଭବ ମଧ୍ୟ କରିଥାନ୍ତି । ତେଣୁ ଏହିସମୟରେ ତାଙ୍କୁ ସିଧା ବସିବାକୁ ପରାମର୍ଶ ଦିଅନ୍ତୁ ।
  3.  ଅଧିକାଂଶ ସମୟରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରମାନେ କିଛି ବ୍ୟାୟାମ କରିବାକୁ ପରାମର୍ଶ ଦେଇଥାନ୍ତି । ଏଥିପାଇଁ କିଛି ହାଲକା ଫୁଲକା କସରତ କରିବା ଉଚିତ ମାତ୍ର କୌଣସି କଠିନ ବା ଅଧିକ ମାତ୍ରାରେ ବ୍ୟାୟାମ କରିବା ଆଦୌ ସମୀଚିନ ନୁହେଁ ।
  4. ଗର୍ଭବତୀ ସମୟରେ ପେଟରେ ଅଧିକାଂଶ ସମୟରେ ଯନ୍ତ୍ରଣା ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏହାକୁ ଅଣଦେଖା କରିବା ଆଦୌ ଅନୁଚିତ । ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
  5. ଏହି ସମୟରେ ସାଧାରଣତଃ ଛୋଟ ଛୋଟ କଷ୍ଠ ଯନ୍ତ୍ରଣା ଅନୁଭବ କରିବାକୁ ପଡିଥାଏ । ଏଥିପାଇଁ ଟିକେ ଟିକେ କଥାରେ ଏବଂ ବିନା କୌଣସି ଡାକ୍ତରଙ୍କ ପରାମର୍ଶରେ କିଛି ବି ଔଷଧ ସେବନ କରିବା ଅନୁଚିତ । କାରଣ ଏହା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ ।
  6.  ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ଆଉ ଯେଉଁଥିପାଇଁ ଆପଣଙ୍କୁ ପ୍ରତିଦିନ ଔଷଧ ସେବନ କରିବାକୁ ପଡୁଥାଏ ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ।

ପଢନ୍ତୁ;

ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ ମଧ୍ୟ କରାଯାଇପାରିବ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଆପଣ ଜାଣିଛନ୍ତି କି? ଗୋମୂତ୍ର ସେବନ କରିବା ଦ୍ଵାରା ଦୂର ହୋଇଥାଏ ଅନେକ ସମସ୍ୟା! ତେବେ ଜାଣନ୍ତୁ ତାହା ସମ୍ପର୍କରେ

ENO Beuro

ଆପଣ ଖାଲି ପେଟ ରେ ଚା’ ପିଅନ୍ତି କି ? ଜାଣିରଖନ୍ତୁ ଖାଲି ପେଟ ରେ ଚା’ ପିଇଲେ କଣ ଅସୁବିଧା ହୋଇଥାଏ

ENO Beuro

Leave a Comment