LIFESTYLE

ବାତ୍ୟା ପୂର୍ବରୁ ଓ ପରେ ଜାଣନ୍ତୁ କଣ କରିବା ଉଚିତ

ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ରହିଛି।  ଆସନ୍ତାକାଲି ଅପରାହ୍ଣ ୫ଟାରେ ଏହା ପୁରୀ ପାଖାପାଖି କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ  ଆକଳନ କରିଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିପାରେ। କେତେକ ସ୍ଥାନରେ ଘଣ୍ଟାପ୍ରତି ୨୦୦ କିମି ବେଗରେ ମଧ୍ୟ ପବନ ବହିପାରେ।

ତେବେ ଜାଣନ୍ତୁ ବାତ୍ୟାର ପୂର୍ବ, ପର ଓ ବାତ୍ୟା ସମୟରେ କି କି ପ୍ରକାର ପଦକ୍ଷେପ ମାନ ଗ୍ରହଣ କରାଯିବା ଉଚିତ।

ବାତ୍ୟା ପୂର୍ବରୁ କ’ଣ କରିବେ ?

ବାତ୍ୟା ପୂର୍ବରୁ ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହି। ଏହାକୁ କିପରି ସାମ୍ନା କରିବା ସେନେଇ ପ୍ରସ୍ତୁତ ହୁଅନ୍ତୁ।

  • ପ୍ରଥମେ ଆପଙ୍କ ଗୃହ ସୁରକ୍ଷିତ କି ନାହି ସେ ନେଇ ନିଶ୍ଚିତ ହୁଅନ୍ତୁ। ଯଦି ସୁରକ୍ଷିତ ନୁହେଁ ତେବେ ବାତ୍ୟା ପୂର୍ବରୁ କୌଣସି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୁଅନ୍ତୁ।
  • ମୋବାଇଲରେ ଚାର୍ଜ ରଖନ୍ତୁ।
  • ଟିଭି ଓ ରେଡିଓ ସମ୍ବାଦ ସହ ଅପଡେଟ୍ ରୁହନ୍ତୁ।
  • ଜରୁରୀକାଳୀନ ଫାଷ୍ଟ୍ ଏଡ୍ କିଟ୍ ପ୍ରସ୍ତୁତ ରଖନ୍ତୁ।
  • ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌କୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ।

ବାତ୍ୟା ସମୟରେ କଣ କରିବା ଉଚିତ। 

  • ବିଦ୍ୟୁତ୍‌ ଓ ଗ୍ୟାସ୍‌ ସପ୍ଲାୟକୁ ବନ୍ଦ କରନ୍ତୁ।
  • ଘରର କବାଟ ଓ ଝରକା ବନ୍ଦ ରଖନ୍ତୁ।
  • କ୍ଲୋରିନ୍‌ ଯୁକ୍ତ କିମ୍ବା ପାଣିକୁ ଫୁଟାଇ ପିଅନ୍ତୁ।
  • କେବଳ ସରକାରୀ ସୂଚନାକୁ ବିଶ୍ୱାସ କରନ୍ତୁ।

ବାତ୍ୟା ପରେ କ’ଣ କରିବେ ?

  • ଭଙ୍ଗାଘର ଭିତରକୁ ପ୍ରବେଶ କରନ୍ତୁ ନାହିଁ।
  • ଭଙ୍ଗା ବିଦ୍ୟୁତ୍‌ ଖୁଣ୍ଟ, ବିଜୁଳି ତାର ଓ ଅନ୍ୟ ଧାରୁଆ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ।
  • ଯଥାସମ୍ଭବ ସୁରକ୍ଷିତ ଆଶ୍ରୟସ୍ଥଳ ଖୋଜନ୍ତୁ।

ପଢନ୍ତୁ: ‘ଫନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Related posts

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

ENO Beuro

ଅତ୍ୟଧିକ ସୁଗାର ଫ୍ରୀ ବଟିକା ମଧୁମେହ ରୋଗୀଙ୍କ ପାଇଁ ହେଇପାରେ ହାନିକାରକ

ENO Beuro

ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ମହିଳାମାନଙ୍କୁ କଣ କଣ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ ?

ENO Beuro

Leave a Comment