News

ପୁଣି ନିର୍ଯ୍ୟାତନା: ଯୌତୁକ ପାଇଁ ଜିଅନ୍ତା ଜାଳିଦେଲେ

fire

ପୁଣି ଥରେ ଯୌତୁକ ପାଇଁ ଜିଅନ୍ତା ଜଳିଲା ଜଣେ ବଧୂ । ଯୌତୁକ ଦେଇ ନ ପାରିବାରୁ ହାତ ଗୋଡ଼ ବାନ୍ଧି ବୋହୁକୁ ଜୀଅନ୍ତା ଜାଳି ଦେଇଛନ୍ତି ଶାଶୁ ଓ ନଣନ୍ଦ । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆଁ ଗ୍ରାମରେ ।

fire

ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସୂଚନାଯୋଗ୍ୟ,ଗତକାଲି ରାତି ପ୍ରାୟ ୧୧ଟାରେ ଏହି ଅଘଟଣ ଘଟିଥିଲା। ଘରେ ନିଆଁ ଲାଗି ଯାଇଥିବା ଦେଖି ପଡ଼ୋଶୀମାନେ ଦୌଡ଼ି ଆସିଥିଲେ। ଭାରତୀ ଓ ତାଙ୍କ ଝିଅକୁ ଉଦ୍ଧାର କରିଥିଲେ। ଭାରତୀ ପୋଡ଼ି ଯାଇଥିବା ବେଳେ ତାଙ୍କର ୫ମାସର ଝିଅ ଭଲ ଥିଲା। ନିଆଁରେ ଦୁଇ ବଖରା ଘର ପୂରା ପୋଡ଼ି ଯାଇଛି।

ମୃତ୍ୟୁ ପୂର୍ବରୁ ଭାରତୀ ନିଜର ବୟାନରେ କହିଛନ୍ତି ଯେ ତାଙ୍କୁ ଶାଶୂ ଓ ୩ ନଣନ୍ଦ ମାରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଘଟଣା ସମୟରେ ସ୍ୱାମୀ ଘରେ ନ ଥିବାବେଳେ ଶ୍ୱଶୁରଙ୍କର କିଛି ସଂପୃକ୍ତି ନ ଥିଲା ବୋଲି ସେ କହିଛନ୍ତି । ଏହା ସହିତ ତାଙ୍କ ପରିବାର ଲୋକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଥାନାରେ ଏତଲା ଦେଇଛନ୍ତି । ଭାରତୀଙ୍କ ବୟାନ ଆଧାରରେ ମର୍ଶାଘାଇ ଥାନା ପୋଲିସ ଶାଶୂ ଓ ୩ ନଣନ୍ଦଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।

ପଢନ୍ତୁ; ବିନା ସୁଧରେ ମହାରାଷ୍ଟ୍ରକୁ ୫୦୦ କୋଟି ଋଣ ଦେଲା ଶିରିଡ଼ି ଟ୍ରଷ୍ଟ

Related posts

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳ ବୃଦ୍ଧି ,ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିତି

ENO Beuro

ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ ଆଉ ଏବେ ଖାତା ଗାଏବ : ୧୦୮ ମାଟ୍ରିକ ଖାତା ଅନ୍ତର୍ଦ୍ଧାନ ଘଟଣା

Ratnamani Moharana

ପେଟ୍ରୋଲ–ଡିଜେଲ ଦର ଆକାଶ ଛୁଆଁ : ୭୫ ଟପିଲାଣି ପେଟ୍ରୋଲ ଦର !

ENO Beuro

Leave a Comment