News

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କଲେ

ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଆଜି ପବିତ୍ର ତିରୋଧାନ ଦିବସ ପାଳନ କରାଯାଉଛି । ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାମିଲନାଡ଼ୁର ରାମେଶ୍ୱରମ୍‌ରେ ଅବଦୁଲ କଲାମଙ୍କ ସ୍ମାରକୀକୁ ଉଦ୍ଘାଟନ କରିଛନ୍ତି ।

ଡା.ଏ.ପି.ଜେ ଅବଦୁଲ କାଲାମ ସ୍ମାରକର ଡିଜାଇନ୍ ଓ ଏହାର ନିର୍ମାଣ ରକ୍ଷା ଅନୁସନ୍ଧାନପ ଓ ବିକାଶ ସଂଗଠନ (ଡିଆରଡ଼ିଓ) କରିଛି । ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି। ଏଠାରେ ଅବଦୁଲ କଲାମ ପ୍ରସ୍ତୁତ କରିଥିବା ବିଭିନ୍ନ ମିସାଇଲ ଏବଂ ରକେଟ ସ୍ଥାନ ପାଇଛି ।  ଏହି କାର୍ଯ୍ୟକ୍ରମରେ ମୋଦି, କାଲାମଙ୍କ ପ୍ରତିମାକୁ ଅନାବରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ କାଲାମଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି ।

ଏହାପରେ ନରେନ୍ଦ୍ର ମୋଦି ‘କଲାମ ସନ୍ଦେଶ ବାହିନୀ’ ପ୍ରଦର୍ଶନୀ ବସ୍‌କୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ‘କାଲାମ ସନ୍ଦେଶ ବାହିନୀ’ ଦେଶର ଅନେକ ରାଜ୍ୟ ଭ୍ରମଣ କରି ୧୫ ଅକ୍ଟୋବରକୁ ରାଷ୍ଟ୍ରପତି ଭବନରେ ପହଞ୍ଚିବେ । କାଲାମଙ୍କ ଜୟନ୍ତୀ ୧୫ ଅକ୍ଟୋବରରେ ଅଛି । ଏସବୁ କାର୍ଯ୍ୟକ୍ରମ ପରେ ମୋଦି ଏକ ଜନସଭା ପାଇଁ ପଂଡ଼ନମ ଯିବାର କାର୍ଯ୍ୟକ୍ରମ ରହିଛି ।

ଏଇଠି କହି ରଖୁଛୁ କି, ୨୭ ଜୁଲାଇ ୨୦୧୫ ମେଘାଳୟ ଶିଲଂରେ ହୃଦଘାତ ଯୋଗୁଁ କାଲାମଙ୍କ ନିଧନ ହୋଇଥିଲା । ଯେଉଁ ସମୟରେ ଏହି ଅଘଟଣ ଘଟିଥିଲା, ସେ ଆଇଆଇଏମରେ ପିଲାଙ୍କୁ ପାଠ ପଢ଼ଉଥିଲେ । ୧୯୩୧ , ୧୫ ଅକ୍ଟୋବରରେ ରାମେଶ୍ୱରମ ଜନ୍ମଗ୍ରହଣ କରିଥିଲେ କାଲାମ । ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଦେଶର ୧୧ ତମ ରାଷ୍ଟ୍ରପତି ରୂପେ ସେ କାର୍ଯ୍ୟନିର୍ବାହ କରିଥିଲେ । କାଲାମଙ୍କୁ ୧୯୯୭ରେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା ।

ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ

Related posts

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହେଲା ‘ସରଗି ଫୁଲ୍‌’

ENO Beuro

ସଂସଦରେ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ରକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ENO Beuro

ସର୍ଜିକାଲ ଷ୍ଟ୍ରାଇକ:ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କଲେ ପରାକ୍ରମ ପର୍ବ ପ୍ରଦର୍ଶନୀ

ENO Beuro

1 comment

Leave a Comment