ତାରକ ମେହତାର ହାତୀ ଭାଇଙ୍କ ପରଲୋକ
ପ୍ରସିଦ୍ଧ ଟେଲି ସିରିଏଲ ‘ତାରକ ମେହତା କା ଉଲଟା ଚଷମା’ର ଜଣେ ପ୍ରଖ୍ୟାତ ଚରିତ୍ର ଡାକ୍ତର ହଂସରାଜ ହାତୀ ତଥା ଅଭିନେତା କବି କୁମାର ଆଜାଦଙ୍କର ଗତକାଲି ମୃତ୍ୟୁ ହୋଇଛି। ହୃଦଘାତ ଯୋଗୁଁ ଆଜାଦଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।
ଆଜି ସକାଳୁ ତାଙ୍କୁ ପ୍ରଯୋଜକଙ୍କଠାରୁ ଫୋନ ଆସିଥିବା ବେଳେ ଅସୁସ୍ଥତା ପାଇଁ ସେ ସୁଟିଂକୁ ଆସିବାକୁ ମନା କରିଦେଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ପ୍ରଡ୍ୟୁସର ତାଙ୍କର ପରଲୋକ ହୋଇଯାଇଥିବାର ଖବର ପାଇଲେ।
ଏହି ଧାରାବାହିକରେ କବି କୁମାରଙ୍କ ଚରିତ୍ରକୁ ସମସ୍ତେ ଭଲ ପାଉଥିଲେ। ସେ ସବୁବେଳେ ଖାଇବାକୁ ଭଲ ପାଉଥିଲେ। କବି କୁମାର ବଲିଉଡ୍ରେ ମଧ୍ୟ କାମ କରିଥିଲେ। ୨୦୦୦ ମସିହାରେ ରିଲିଜ୍ ହୋଇଥିବା ‘ମେଲା’ ଫିଲ୍ମରେ ସେ ଅଭିନୟ କରିଥିଲେ। ତେବେ ‘ତାରକ୍ ମେହ୍ତା କା ଉଲ୍ଟା ଚଷ୍ମା’ ଜରିଆରେ ତାଙ୍କୁ ପରିଚିତି ମିଳିଲା। ସେ ଜଣେ କବି ମଧ୍ୟ ଥିଲେ।
ପଢନ୍ତୁ; ଦୈନଦିନ ରୋଷେଇ ଘରେ ବ୍ୟବହୃତ ହଳଦୀର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ