News

ଆଜି ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ଆଜି ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପୂର୍ବତନ ଡିଜିପି କନୱର ବ୍ରଜେଶ ସିଂହଙ୍କ ଠାରୁ ସେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ନୂତନ ଦାୟିତ୍ୱ ନେବା ପୂର୍ବରୁ ପୁଲିସ ମୁଖ୍ୟାଳୟରେ ଡଃ ଶର୍ମାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।  ଆଜି କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ବହୁ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସମେତ ଉପରିସ୍ଥ ଅଧିକାରୀମାନଙ୍କ ଉପସ୍ଥିତିରେ ଦାୟିତ୍ୱ ଗ୍ରହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ।

ପୂର୍ବରୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଦାୟିତ୍ୱ ତୁଲାଇସାରିଛନ୍ତି ଆର.ପି ଶର୍ମା । ରାଜସ୍ଥାନରେ ଜନ୍ମିତ ଏହି ପୋଲିସ ଅଧିକାରୀ ପୂର୍ବରୁ ଏନଏସଜିର ଆଇଜି ପଦ ବି ସମ୍ଭାଳିଛନ୍ତି । ଏପରିକି ସେହି ସମୟରେ ତାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ବି ମିଳିଥିଲା ।

ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ୨୦୨୦ ମେ ଯାଏଁ କାର୍ଯ୍ୟକାଳ ରହିଛି । ଚର୍ଚ୍ଚା ହେଉଛି, ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଶର୍ମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଓ ଏଥିପାଇଁ ତାଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି । ତଥାପି ନୂଆ ଦାୟିତ୍ୱ ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଆଇନଶୃଙ୍ଖଳା ରକ୍ଷା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ସେ ଦିନ ସାଢେ ଏଗାରଟାରେ ଦାୟିତ୍ୱ ଗ୍ରହଣ କରିବେ ।

୧୯୮୬ ବ୍ୟାଚ୍‌ର ଆଇପିଏସ ଡଃ ଶର୍ମା ବାଲେଶ୍ୱର, କଳାହାଣ୍ଡି, ବ୍ରହ୍ମପୁର, ଢେଙ୍କାନାଳରେ ଏସ୍‌ପି ଭାବରେ ଦାୟିତ୍ୱ ରହି ସାରିଛନ୍ତି । ୨୦୧୬ରୁ ଡଃ ଶର୍ମା ଭିଜିଲାନ୍ସ ଡିଜି ଦାୟିତ୍ୱରେ ଥିଲେ । ତା ପୂର୍ବରୁ ସେ ତିନି ବର୍ଷ ଧରି ପୁଲିସ କମିଶନର ଦାୟିତ୍ୱରେ ରହିଥିଲେ । ନୂତନ ଦାୟିତ୍ୱ ନେବା ପରେ ଡଃ ଶର୍ମା ଲୋକଙ୍କୁ ନ୍ୟାୟ ଦେବା ଓ ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ତାଙ୍କର ପ୍ରାଥମିକତା ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଗତକାଲି ସରକାର ଡଃ ଶର୍ମାଙ୍କୁ ଏହି ନୂଆ ଦାୟିତ୍ୱରେ ସରକାର ନିଯୁକ୍ତ କରିଥିବାବେଳେ ପୂବ ର୍ତନ ଡିଜିପି କେ.ବି.ସିଂହଙ୍କୁ ଓଡ଼ିଶା ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ରାଜ୍ୟର ନୂତନ ଡିଜିପି ହେବା ପରେ ଶ୍ରୀଯୁକ୍ତ ଶର୍ମାଙ୍କ ସାମ୍ନାରେ ନକ୍ସଲ ସମସ୍ୟା ସବୁଠୁ ବଡ଼ ସମସ୍ୟା ରହିଛି। ଅଭିଜ୍ଞ ଶର୍ମା ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବେ ବୋଲି ଅାଶା କରାଯାଉଛି। ଏହା ବାଦ ଶର୍ମାଙ୍କ ସମ୍ମୁଖରେ ପୋଲିସର ଉନ୍ନତିକରଣ, ଛତିଶଗଡ଼-ଅାନ୍ଧ୍ରପ୍ରଦେଶ ସହ ଉତ୍ତମ ସମନ୍ଵୟ ଏବଂ କେନ୍ଦ୍ର ନିକଟରୁ ଅନୁଦାନ ଅାଣିବା ପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ରହିଛି। ଏହା ବାଦ ବଢୁଥିବା ସାଇବର କ୍ରାଇମକୁ ରୋକିବା ପାଇଁ ଶ୍ରୀଯୁକ୍ତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜି ରହିବ।

ସୂଚନାଯୋଗ୍ୟ ୨୦୧୬ ଜାନୁଆରୀ ୨୧ରେ ରାଜ୍ୟ ସରକାର ଡଃ ଆର.ପି. ଶର୍ମାଙ୍କୁ ରାଜ୍ୟର ଭିଜିଲାନ୍ସ ନିର୍ଦ୍ଦେଶକ ରୂପେ ନିଯୁକ୍ତ କରିଥିଲେ। ୧୯୮୬ ବ୍ୟାଚର ଆଇପିଏସ ଅଫିସର ଶ୍ରୀଯୁକ୍ତ ଶର୍ମା ଭୁବନେଶ୍ଵର-କଟକ ପୋଲିସ କମିଶନର ଭାବେ ୨୦୧୩ ଅଗଷ୍ଟ ୧୨ରେ ନିଯୁକ୍ତ ହୋଇଥିଲେ। ଶର୍ମା ଡେପୁଟେସନରେ ୨୦୦୪ରେ ଦିଲ୍ଲୀ ଯାଇଥିଲେ। ନୂତନ ପଦ ସମ୍ଭାଳିବା ପୂର୍ବରୁ ସେ ୟୁନାଇଟେଡ ନେସନ ଅଫିସ ଅନ ଡ୍ରଗ୍ସ ଏଣ୍ଡ କ୍ରାଇମ(ୟୁଏନଓଡିସି)ର ଆଣ୍ଟି-କରପସନ ଏଣ୍ଡ ପ୍ରିଭେନସନ ଏକ୍ସପର୍ଟ ରୂପେ କାର୍ୟ୍ୟରତ ଥିଲେ।

ଆଜି ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

Related posts

ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ!

ENO Beuro

କଟକରେ ପୁଣି ଏନ୍‌କାଉଣ୍ଟର : ଯୁଗର ଡାହାଣ ଗୋଡ଼ରେ ବାଜିଛି ଗୁଳି !

ENO Beuro

ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More