POLITICALS

ଦାମୋଦର ରାଉତଙ୍କ ନବୀନଙ୍କୁ ପ୍ରଶ୍ନ ବାଣ: ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ କଣ ପାଇଁ

damodar join bjp

ଦାମ ବାବୁ ଏବେ ବିଜେପିର ଗରିଷ୍ଠ ନେତା । ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ତେବେ ପୂର୍ବର ରାଗ ସବୁ ଦାମବାବୁ ଏବେ ସୁଝାଇବା ଭଳି ମତିରେ ବୋଲି ଜଣାପଡିଛି। ପାର୍ଥୀ ତାଲିକାର ଟିକେଟ ମିଳୁ ମିଳୁ ସେ ବିଜେଡ଼ି ସୁପ୍ରିମୋ ନବୀନଙ୍କ  ଉପରେ  କରିଚାଲିଛନ୍ତି ପ୍ରଶ୍ନ। ଓଡିଶାରେ କଣ ପାଇଁ ଚାଷୀ ଆତ୍ମହତ୍ୟା ହେଉଛି, କୃଷକକୁ ଋଣ ଛାଡ ହେଉନି କାହିଁକି।

ତେବେ ଏ ସବୁ  ମଧ୍ୟରେ ସେ ନବୀନଙ୍କୁ ଏକ ବ୍ୟକ୍ତିଗତ  ପ୍ରଶ୍ନ ମଧ୍ୟ କରିଛନ୍ତି ତାହା ହେଉଛି “୧୯୮୯ ମସିହା ପରଠାରୁ ବିଜୁ ବାବୁ ତାଙ୍କ ଦିଲ୍ଲୀ ଘରକୁ ଯାଉନଥିଲେ। ଦୁଇ ପୁଅ ଥିଲେ ବି ବିଜୁ ବାବୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଘରକୁ ଯାଇନଥିଲେ?” ଏସବୁ ପ୍ରଶ୍ନର ଉତ୍ତର କୁଆଡେ ଓଡିଶାବାସୀ ଜାଣିବା ଦରକାର। ବିଜୁଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅଙ୍କୁ ରାଜନୀତିକୁ ଆସିବାକୁ କୁହାଯାଇଥିଲା। ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେନି ବୋଲି ସେ କହିଥିଲେ। ଶେଷରେ ନବୀନ ରାଜନୀତିକୁ ଆସିଲେ ତାହାର କାରଣ କଣ?”

ବିଜେପି ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି, ଅପଶାସନରୁ ମୁକ୍ତି ପାଇବେ। ମୁଁ ସେଥିପାଇଁ ଭାରତୀୟ ଜନତା   ପାର୍ଟିରେ ଯୋଗ ଦେଇଛି। ଓଡ଼ିଶାବାସୀ ମୋ ସହିତ ସାମିଲ ହୋଇ ଏହି ଭ୍ରଷ୍ଟାଚାରୀ  ସରକାରଙ୍କୁ ହଟାଇଦେବେ ବୋଲି କହିଛନ୍ତି ଦାମୋଦର ରାଉତ।
ପଢନ୍ତୁ: ବରଗଡ ଗ୍ରସ୍ତରେ ଶାସକ ଦଳ ଉପରେ ବର୍ଷିଲେ ରାହୁଲ: ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

Related posts

ମିରଟରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି

Ratnamani Moharana

କେଉଁଠି ବାପା ତ କେଉଁଠି ପୁଅ ଆଗରେ

Ratnamani Moharana

ଓଡିଶାରେ ବିଜେପିକୁ ଟାର୍ଗେଟ୍ କଲେ ବିଏସ୍‌ପି ସୁପ୍ରିମୋ ମାୟାବତୀ

Ratnamani Moharana

Leave a Comment