EnewsOdia.Com

ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏଠାରେ ଫେଲ୍‌ ମାରିଛି। ବହୁ ସମୟରେ  ବଡଦାଣ୍ଡରେ ଭାସୁଛି ଡ୍ରେନ୍‌ ପାଣି। ଯାହାକି ଭକ୍ତଙ୍କ ମଧ୍ୟରେ ଅସନ୍ତୋଷର କାରଣ ସାଜୁଛି। ଅପରିଷ୍କାର ପାଣି ବାଟଦେଇ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପୂର୍ବ ଦକ୍ଷିଣ କୋଣରେ ଥିବା କାକୁଡିଖାଇଙ୍କ ପୀଠ ନିକଟରେ ଓଭରଫ୍ଲୋ କରି ନଳାପାଣି ବଡଦାଣ୍ଡରେ ଭାସୁଥିବା ଦେଖାଯାଇଛି। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ନାମରେ କୋଟିକୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ବଡଦାଣ୍ଡରେ ଡ୍ରେନେଜ ବ୍ୟବସ୍ଥାର ସୁଧାର ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ତେବେ କେବଳ ଆଜି ନୁହେଁ ବିଭିନ୍ନ ସମୟରେ ରଥ ମଧ୍ୟ ନଳାପାଣିରେ ଗଢିଥିବା ନଜିର ରହିଛି ।

ପଢନ୍ତୁ: ଧନୀ ତାଲିକାରେ ସବୁଠୁ ଧନୀ ନବୀନ

ସମ୍ବନ୍ଧିତ ଖବର

ମହଲତ ପରେ ବି ସୁଧୁରିଲେନି, ଟ୍ୱିନସିଟିରେ କଟିଲା ୬ ଲକ୍ଷରୁ ଅଧିକ ଫାଇନ୍

Ratnamani Maharana

ଜାନୁଆରୀ ୩୧ ଓ ଫେବୃଆରୀ ୧ରେ ବ୍ୟାଙ୍କ ବନ୍ଦ

Ratnamani Maharana

ମୁସଲମାନ ସମ୍ପ୍ରଦାୟର ବିବାହ କାର୍ଡରେ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ

Ratnamani Maharana

ଏଥର ସାହିତ୍ୟରେ ଦୁଇଟି ନୋବେଲ ପୁରସ୍କାର ଘୋଷଣା

Ratnamani Maharana

କୋରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

Ratnamani Maharana

ଫେବ୍ରୁଆରି ୧୧ରେ ହେବ ନିର୍ଭୟା ଶୁଣାଣି

Ratnamani Maharana