News

ଡିସେମ୍ବର ୧୫ ସୁଦ୍ଧା ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ

ଏଣିକି ସରକାରୀ ସ୍କୁଲର ଶିକ୍ଷକଙ୍କ ଭଳି ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେଲା ଡ୍ରେସକୋଡ । ଆଜି ରାଜ୍ୟ ସରକାରଙ୍କ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୧୫ ସୁଦ୍ଧା ଏହି ନୂଆ ନିୟମ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସରକାରୀ ଆଇଟିଆଇ କଲେଜରେ ନିଯୁକ୍ତି ପାଇଥିବା ଉଭୟ ପୁରୁଷ ସ ମହିଳା କର୍ମଚାରୀଙ୍କ ପାଇଁ ଏହି ଡ୍ରେସକୋର୍ଡ ଲାଗୁ ହୋଇଛି । ପୁରୁଷଙ୍କ ପାଇଁ କଳା ରଙ୍ଗର ପ୍ୟାଣ୍ଟ ଓ ଫିକା ମାଟିଆ ରଙ୍ଗର ସାର୍ଟ ସହ କଳା ରଙ୍ଗର ଜୋତାକୁ ଡ୍ରେସକୋର୍ଡ ଭାବେ ବ୍ୟବହାର କରାଯିବ । ସେହିଭଳି ମହିଳାଙ୍କ ପାଇଁ ଫିକା ମାଟିଆ ରଙ୍ଗର ଶାଢୀ ଉପରେ ଫିକା ଗୋଲାପୀ ରଙ୍ଗର ଧଡି ଏବଂ ମହିଳାଙ୍କ ପାଇଁ ଉର୍ଦ୍ଦିଷ୍ଟ କଳା ରଙ୍ଗର ଜୋତାକୁ ଡ୍ରେସକୋର୍ଡ ଭାବେ ବଛାଯାଇଛି । ଏହାଛଡା କଲେଜରେ ହେଉଥିବା ବିଭିନ୍ନ ୱାର୍କସପ ପାଇଁ ଏକ ଭିନ୍ନ ଧରଣର ପୋଷାକ ଡିଜାଇନ କରାଯାଇଛି । ଯେଉଁ ଡ୍ରେସକୋର୍ଡକୁ କେବଳ ବିଭିନ୍ନ ୱାର୍କସପ ଓ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ଦେଉଥିବା ସମୟରେ ପିନ୍ଧିପାରିବେ । ଏହାସହ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟପତ୍ରକୁ ଡ୍ରେସକୋର୍ଡରେ ସାମିଲ କରାଯାଇଛି ।

ସରକାରୀ ଆଇଟିଆଇ କଲେଜର ସମସ୍ତ କର୍ମଚାରୀ ଯେପରିକି କଲେଜର ଅଧ୍ୟକ୍ଷ, ବୈଷୟିକ ଅଧିକାରୀ, ସହକାରୀ ବୈଷୟିକ ଅଧିକାରୀ ଏପରିକି ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ପାଇଁ ସରକାର ଡ୍ରେସକୋର୍ଡ ଲାଗୁ କରିଛନ୍ତି । ତେବେ ଏହି ଡ୍ରେସକୋର୍ଡ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଟଙ୍କା ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଡିସେମ୍ବର ୧୫ ସୁଦ୍ଧା ସରକାରୀ ଆଇଟିଆଇ କର୍ମଚାରୀଙ୍କ ପାଇଁ ଡ୍ରେସକୋଡ ଲାଗୁ

ପଢନ୍ତୁ, ଦର୍ଶକମାନଙ୍କ ଅପେକ୍ଷାର ଅନ୍ତ କେବେ କରିବେ ଏହି ନାୟିକା ଜଣକ ?

Related posts

ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ନିଆଁ

ENO Beuro

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଶ୍ରେଷ୍ଠ ପ୍ରଶାସକ” ସମ୍ମାନରେ ସମ୍ମାନିତ କରାଯିବ

ENO Beuro

ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ,୨୩ ଜାନୁଆରୀକୁ ‘ଦେଶପ୍ରେମ’ ଦିବସ ଭାବେ ଘୋଷଣା କରାଯାଉ।

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More