LIFESTYLE

ବିଳମ୍ବିତ ରାତ୍ରି ଯାଏଁ କାମ କରୁଛନ୍ତି କି? ତେବେ ପିଅନ୍ତୁ ଏହି ପାନୀୟ !

ଆଜିକାଲି ଅଧିକାଂଶ ଲୋକ ବିଳମ୍ବରେ ଶୋଇଥାନ୍ତି। ସେମାନଙ୍କର ବିଳମ୍ବିତ ରାତ୍ରି ଯାଏଁ କାମଥାଏ କିମ୍ବା ଟିଭି ଦେଖନ୍ତି। ଆଉ କେତେକ ପଢାପଢି ମଧ୍ୟ କରିଥାଆନ୍ତି। ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।

କିନ୍ତୁ ଏମିତି କିଛି ପାନୀୟ ଅଛି ଯାହାକୁ ଶୋଇବା ପୂର୍ବରୁ ପିଇଲେ,ଓଜନ ବୃଦ୍ଧି ପାଇବ ନାହିଁ-

ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ମୌସୁମୀର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ହୋଇଥାଏ। ଏହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।ଏଥିରେ ଭିଟାମିନ୍‌ ସି ଓ ପୋଟାସିଅମ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ତ୍ୱଚା ପାଇଁ ମଧ୍ୟ ଲାଭପ୍ରଦ ବୋଲି କୁହାଯାଏ।

ମୌସୁମୀ ଜୁସ୍‌ ପିଇଲେ ରକ୍ତ ସଞ୍ଚାଳନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଏହାକୁ ନିୟମିତ ସେବନକଲେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ତେବେ ରାତିରେ କ୍ଷୀର ସହିତ ବା ସେହିଭଳି ଜିନିଷ ସହିତ ମୌସୁମୀ ଜୁସ୍‌ ପିଇବା ଅନୁଚିତ।

ଶୋଇବା ପୂର୍ବରୁ ଏକ ଗ୍ଲାସ ଦୁଧ ପିଇଲେ ଖୁବ୍‌ ଭଲ ନିଦ ଆସେ। ତା’ଛଡ଼ା ଶରୀରରେ ଯେତେ ଚାପ ଥିଲେ ମଧ୍ୟ ତାହା କମିବା ସହିତ ଶରୀରର ଓଜନ ମଧ୍ୟ କମିଥାଏ।ଠିକ୍‌ ସେହିପରି ଲୋ କାଲୋରି ସୋୟା ମିଲ୍‌କ ସେବନ କରିଲେ ମଧ୍ୟ ଓଜନ ହ୍ରାସ ପାଇଥାଏ।ଏଥିରେ ଆଦୌ କ୍ୟାଲୋରି ନଥାଏ।

ରାତିରେ ଶୟନ ପୂର୍ବରୁ ଅଙ୍ଗୁର ଜୁସ୍‌ ପିଇଲେ ମଧ୍ୟ ଭଲ ନିଦ ଆସେ ଓ ଫ୍ୟାଟ୍‌ନେସ୍‌ କମିଥାଏ।

କେମୋ ମାଇଲ୍‌ ଟି ସେବନ କରିଲେ ମଧ୍ୟ ଓଜନ କମିଥାଏ।ଏହି ଚାହା ପିଇଲେ ଗ୍ଲିସେରିନ୍‌ର ସ୍ତରରେ ବୃଦ୍ଧି ପାଇଥାଏ।ଖାଲି ସେତିକି ନୁହେଁ ଏହା ଶରୀରର ଯନ୍ତ୍ରଣା ଦୂର କରିବା ସହିତ ମସ୍ତିଷ୍କକୁ ଶାନ୍ତ ରଖେ।

ପଢନ୍ତୁ;

କେବଳ ଠାକୁରଙ୍କ ପୂଜାରେ ନୁହେଁ ଶରୀରର ବିଭିନ୍ନ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ଏହି ଫୁଲ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ଔଷଧୀୟ ଗୁଣରେ ଭରପୂର ଯୁଆଣି! ଆସନ୍ତୁ ଜାଣିବା ଯୁଆଣି ପାଣି ପିଇଲେ କ’ଣ ଉପକାର ମିଳିଥାଏ?

ENO Beuro

ହଷ୍ଟେଲରେ ରହୁଛନ୍ତି କି ?ତେବେ ଏହି ୫ଟି ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ENO Beuro

ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ENO Beuro

1 comment

Leave a Comment