ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିପିଇ ଶୁଅନ୍ତୁ । ଏହା ଶରୀରକୁ ସୁସ୍ଥ ରଖିବା ସହ ବହୁ ରୋଗ ପାଇଁ ଅବ୍ୟେଧ ଔଷଧ ରୂପେ କାମ ଦବ ।
ଶୋଇବା ପୂର୍ବରୁ ପାଣି ପିଇଲେ କଣ ହୁଏ ଜାଣନ୍ତୁ:
- ରାତିରେ କମ ଖାନ୍ତୁ ଓ ଶୋଇବା ପୂର୍ବରୁ ଏକରୁ ଦୁଇ ଗ୍ଲାସ ପାଣି ପିଅନ୍ତୁ । ଏହାଦ୍ବାରା ଶରୀରରୁ ଚର୍ବି ହ୍ରାସ ହବ ।
- ମସ୍ତିଷ୍କ ଓ ମାଂଶପେଶୀ ଶିଥିଳ ହେଇଯାଏ । ଏହାଯୋଗୁଣ ଚିନ୍ତା ଦୂରେଇ ଯାଏ । ଫଳରେ ଭଲ ନିଦ ହୁଏ ।
- ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇଲେ ସକାଳୁ ପରିସ୍ରା ଦେଇ ଶରୀରରୁ ବିଷାକ୍ତ ଦ୍ରବ୍ବ୍ୟ ବାହାରି ଯାଏ ।
- ରାତିରେ ଶୋଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଶରୀରରେ ନୂଆ କୋଷ ଅଧିକ ସକ୍ରିୟ ହୁଏ । ଫଳରେ ମାଂଶପେଶୀ ଶକ୍ତିଶାଳୀ ହୁଏ ।
- ପାଣି ପିଇବା ଦ୍ଵାରା ରାତିସାରା ତ୍ଵଚା ଜଳୀୟଅଂଶ ପାଏ, ଫଳରେ ତ୍ଵଚା ଉଜ୍ଜଳ ରହେ ।
- ପାଣି ପିଏ ଶୋଇଲେ ଖାଦ୍ଯ ଭଲ ଭାବରେ ହଜମ ହୁଏ । ବଦ୍ହଜମି ସମସ୍ୟା ଦୂର ହୋଇଯାଏ ।
ପଢନ୍ତୁ; ସକାଳୁ ଉଠି ହାତ ପାପୁଲି ଦେଖିବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା