LIFESTYLE

ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ : ଆସନ୍ତୁ ଜାଣିବା କିପରି

drinking too much of water may injures to your health

ଆମ ଶରୀରରେ ୭୫ ଭାଗ ଜଳ  ଅଛି।  କଥାରେ ଅଛି ଜଳ ହିଁ ଜୀବନ। ତେବେ ମଣିଷ ଶରୀରରେ ପାଣିର ଅଭାବରେ ହୋଇଥାଏ ଅନେକ ରୋଗ। ଡାକ୍ତର ସବୁବେଳେ ଆମକୁ ପରାମର୍ଶ ଦିଅନ୍ତି କି ପ୍ରଚୁର ପାଣି ପିଇବା ଆବଶ୍ୟକ। ଆମେ ସମସ୍ତେ  ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ଜାଣିଛେ କିନ୍ତୁ କଣ ଆପଣ ଜାଣନ୍ତି ଅତ୍ୟଧିକ ପାଣି ପିଇବା ଆମ ଶରୀର ପ୍ରତି କ୍ଷତିକାରକ  ହୋଇଥାଏ। ତେବେ ଯଦି ଆପଣ ପ୍ରତିଦିନ ପ୍ରଚୁର ପାଣି ପିଇବାର ଅଭ୍ୟାସ ରଖିଛନ୍ତି ତେବେ ତୁରନ୍ତ ବଦଳାନ୍ତୁ

ଆସନ୍ତୁ ଜାଣିବା ଅଧିକ ପାଣି କିପରି ଭାବେ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ। 

୧) ପାଣି ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ। କିନ୍ତୁ ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରରେ ରକ୍ତରେ ଥିବା ଲୁଣ ଅଂଶ  କମି ଯାଇଥାଏ। ଏହାକୁ Hypothermia କୁହାଯାଏ।

୨) ଅଧିକ ପାଣି ପିଇବା ଯୋଗୁ ଆପଣ ରାତିରେ ବାରମ୍ବାର ପରିଶ୍ରା ଲାଗିଥାଏ ଏଥିପାଇଁ ଆପଣଙ୍କ ନିଦ ମଧ୍ୟ ପୁରା ହୋଇପାରେ ନାହିଁ। ଫଳରେ କିଡ୍‌ନି  ମଧ୍ୟ ଠିକ୍‌ରେ କାମ କରିପାରେ ନାହିଁ। କାରଣ ତା ଉପରେ ପାଣି ବାହାର କରିବାର ବୋଝ ବଢ଼ିଯାଇଥାଏ।

୩) ଖାଇବା ପରେ କେବେ ବି ସାଙ୍ଗେସାଙ୍ଗେ ପାଣି ପିଅନ୍ତୁ ନାହିଁ। କାରଣ ଖାଇଥିବା ଖାଦ୍ୟ ହଜମ କରିବା ପାଇଁ ଶରୀରକୁ ଗରମର ଆବଶ୍ୟକତା ହୋଇଥାଏ। କିନ୍ତୁ ପାଣି ପିଇବା ଯୋଗୁ ଶରୀରର ଗରମ କମ୍‌ ହୋଇଯାଏ। ଏବଂ ଖାଇବା ସହଜରେ ହଜମ  ହୋଇପାରେ ନାହିଁ।

water

୪) ଅତ୍ୟଧିକ ପାଣି ପିଇବା ଦ୍ଵାରା କିଡ୍‌ନି ସହଜରେ ପାଣିକୁ ବାହାରକୁ ବାହାର କରିପାରେନା ଯାହାଦ୍ୱାରା ଆପଣଙ୍କ କିଡ୍‌ନି ଠିକ୍‌ରେ କାମ କରେ ନାହିଁ ସେତେବେଳେ ଶରୀରର କୋଷଗୁଡ଼ିକରେ ମଧ୍ୟ ପାଣି ଜମା ହୋଇଯାଇଥାଏ ଓ ଆପଣଙ୍କ ଶରୀର ଫୁଲିବାକୁ  ଲାଗିଥାଏ।
୫) ଅନେକ ସମୟରେ ଲୋକମାନେ ଡିହାଇଡ୍ରେଟ୍‌ର  ଶିକାର ହେଲେ ଆବଶ୍ୟକତାଠାରୁ ଅଧିକ ପାଣି ପିଇ ଦେଇଥାନ୍ତି। ଆଉ ଏଥିପାଇଁ ମୁଣ୍ଡ ବିନ୍ଧା, ବାନ୍ତି, ଅନେକଥର ପରିଶ୍ରା ଯିବା ଭଳି ସମସ୍ୟା ଦେଖାଦେଇଥାଏ।
ପଢନ୍ତୁ: ଆପଣ ମାଛ ମୁଣ୍ଡ ଖାଉଛନ୍ତି କି!! ଆସନ୍ତୁ ଜାଣିବା ଏହାର ପ୍ରଭାବ ସମ୍ପର୍କରେ

Related posts

ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌!

ENO Beuro

ତକିଆରେ ମୁଣ୍ଡ ନ ରଖି ଶୋଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହି ଫାଇଦା ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଲାଉ ଜୁସ୍ ର ଉପକାରିତା ବିଷୟରେ

ENO Beuro

Leave a Comment