February 16, 2019

ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା!

ସାଧାରଣତଃ ଆମେ ଜାଣିଛୁ ଯେ ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଆପଣ ଜାଣିନଥିବେ ଦୈନିକ ସକାଳୁ ଅଘଷା ପାଟିରେ ପାଣି ପିଇଲେ ପାଟିରେ ଥିବା ବାସି ଲାଳ ପେଟକୁ ଯିବା ସହ ଶରୀରର ଅନେକ ରୋଗ ଭଲ ହୋଇଥାଏ। ଲାଳ ମୁହଁରେ ପ୍ରସ୍ତୁତ ହେଇଥିବା ଏକ ଆଣ୍ଟିସେପ୍ଟିକ ଭାବେ କାର୍ଯ୍ୟକରିଥାଏ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ।

ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ-

ସକାଳୁ ଉଠି ବିନା ଦାନ୍ତଘଷାରେ ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ସଫା ରହିଥାଏ ଏବଂ ଏହା ମଧ୍ୟ ଆପଣଙ୍କ ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଆମେ ରାତିରେ ଶୋଇବା ପରେ ଆମ ପାଟିରେ ଯେଉଁ ଲାଳ ସୃଷ୍ଟି ହୋଇଥାଏ, ଅଘଷା ପାଟିରେ ପାଣି ପିଲେ ତାହା ଆମ ପେଟ ଭିତରକୁ ଯାଇ ପେଟକୁ ସଫା ରଖିବା ସହ ତ୍ୱଚାକୁ ଉଜ୍ବଳ କରିଥାଏ।

ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରକୁ ମାତ୍ରାଧିକ ଶକ୍ତି ମିଳିଥାଏ ଯାହା ଆପଣଙ୍କୁ ଦିନ ତମାମ ଫିଟ୍ ରଖିଥାଏ। ଏହା ମଧ୍ୟ ଆପଣଙ୍କ ମେଦ ହ୍ରାସରେ ସହାୟକ ହୋଇଥାଏ।

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ପାଣିର ପ୍ରମୁଖ ଭୂମିକା ରହିଥାଏ। ତେଣୁ ସକାଳୁ ଉଠି ଖାଲି ପେଟରେ ନିୟମିତ ଏକ ଗ୍ଲାସ ପାଣି ପିଉଥିବା ବ୍ୟକ୍ତିମାନେ ପ୍ରାୟତଃ ବଦହଜମି, ଗ୍ୟାସ ଏବଂ ପେଟ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ହୋଇ ନଥାନ୍ତି।

ଖାଲି ପେଟରେ ପାଣି ପିଇବା ମଧ୍ୟ ଆପଣଙ୍କୁ ଚର୍ମ ସମ୍ୱନ୍ଧିୟ ରୋଗରୁ ଦୁରେଇ ରଖିଥାଏ।

ପଢନ୍ତୁ; ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More