News

ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

ବାତ୍ୟା ଫୋନିରେ ଅଧା ରାଜ୍ୟ ଛାରଖାର୍‌ ହୋଇଯାଇଥିଲା । ବିଶେଷ କରି ପୁରୀ-ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ବାତ୍ୟା ଆସି ସିଧା ସଳଖ ପୁରୀ ବାଲୁଖଣ୍ଡ ଅଞ୍ଚଳରେ ମାଡ଼ ହୋଇଥିଲା । ଫଳରେ ବାଲୁଖଣ୍ଡ ଅଭୟାରଣ୍ୟ  ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଲକ୍ଷଲକ୍ଷ ଗଛ ପବନରେ ଭାଙ୍ଗି ତଳେ ପଡ଼ିଛି । ଅନେକ ବଡ଼ ବଡ଼ ଗଛ ଉପୁଡ଼ିଯାଇଛି । ପୁରୀ କୋଣାର୍କ ମଧ୍ୟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ବାତା ଫୋନିରେ ଉଜୁଡ଼ି ଯାଇଥିବା ବେଳେ ଏଥିରେ ଥିବା ଜୀବଯନ୍ତୁଙ୍କ ଅବସ୍ଥା ଏବେ ପ୍ରଶ୍ନ ହୋଇଛି।

ଅଭୟାରଣ୍ୟରେ ୪୦୦୦ରୁ ଅଧିକ ବିରଳ ଚିତ୍ରା ହରିଣ  ସହ ବାସ କରୁଥିଲେ। ତେବେ ବାତ୍ୟା ପରେ ଆଭ୍ୟାରଣ୍ୟରେ ହରିଣ ଦେଖିବାକୁ ମିଳିନଥିଲା। ତେଣୁ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା  ବ୍ୟବହାର କରାଯିବ। ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର ` କହିଛନ୍ତି।

ପଢନ୍ତୁ: ଏଥର ବିଳମ୍ବରେ ଆସିବ, କମ ବର୍ଷିବ ମୌସୁମୀ

Related posts

ସାରା ଭାରତରେ ରେକର୍ଡ ଭାଙ୍ଗିଲା ଡିଜେଲ୍ ଦର ଲିଟର ପିଛା ମୂଲ୍ୟ ୬୯ ଟଙ୍କା ୪୦ ପଇସା

ENO Beuro

Senior Journalist Gauri Lankesh Murder Case, Police Searching Evidence

ENO Beuro

ପାରଦ ୫ ଡିଗ୍ରୀକୁ ଖସିଲା, କେନ୍ଦୁଝରରେ ତୁଷାରପାତ

ENO Beuro

1 comment

Leave a Comment