News

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

ରାସ୍ତା ଦୁର୍ଘଟଣାକୁ କମାଇବା ପାଇଁ ଦିଲ୍ଲୀ ପୁଲିସଙ୍କ ନୂଆ ଅଭିଯାନ । ଏହି ଅଭିଯାନରେ ସ୍ଵତନ୍ତ୍ର ଯାଞ୍ଚ ହେବ । ଏହି ସମୟରେ କୌଣସି ଡ୍ରାଇଭର ନିଶା ଖାଇଥିବା ଜଣା ପଡ଼ିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର୍‌ କରାଯିବା ସହ ଏକ ଚାଲାଣ ଦିଆଯିବ ଓ ତାଙ୍କ ଲାଇସେନ୍‌ସ୍‌ ରଦ୍ଦ କରାଯିବ।

ନିଶାଗ୍ରସ୍ତ ଡ୍ରାଇଭରକୁ ଅଦାଲତକୁ ପଠାଇବା ଛଡ଼ା, କାଉସେଲିଙ୍ଗ୍‌ ସେସନ୍‌କୁ ମଧ୍ୟ ପଠାଯିବ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବାର ଅସୁବିଧା ବିଷୟରେ ଲୋକମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଟ୍ରାଫିକ୍‌ର ସ୍ପେସାଲ୍‌ କମିସନର ଦେପେନ୍ଦ୍ର ପାଠକ ମତ ଦେଇଛନ୍ତି ।

ଦିଲ୍ଲୀ ପୁଲିସ ତାଲିକାରୁ ଜଣାପଡ଼ିଛି ଯେ, ୨୦୧୬ରୁ ଏ ବର୍ଷ ଭିତରେ ରାସ୍ତା ଦୁର୍ଘଟଣାରେ ୧, ୩୭୩ ଜଣଙ୍କର ମୃତ୍ୟୁ ଘଟିଛି। ଦ୍ରୁତ ଗତିରେ ଗାଡ଼ି ଚଳାଇଥିବା କାରଣରୁ ୨, ୦୮, ୭୬୫ ଜଣ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି । ମଦ ପିଇ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି।

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ  ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

ପଢନ୍ତୁ, ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସରେ ହେବ – ଅନନ୍ତ କୁମାର

Related posts

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା!

ENO Beuro

୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More