News

ମଦ ପିଇ ବର ବେଦିରୁ ଉଠିଗଲେ: ଥାନାରେ ହେଲା ବରଣମାଳା, ଆଜି କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ

ଥାନାରେ ମଙ୍ଗୁଳା କନ୍ୟାକୁ ବାହା ହେବାକୁ ନେହୁରା ହେଲେ

ସାଙ୍ଗରେ ବରଯାତ୍ରୀ ଧରି ବିବାହ କରିବାକୁ ଆସିଥିଲେ ବର ଶେଷରେ ଶିଶୁପାଳ ହୋଇଥିଲେ। ବରଯାତ୍ରୀମାନଙ୍କ ଗଣ୍ଡଗୋଳରେ ମନ୍ଦିର ପରିସର ରଣକ୍ଷେତ୍ର ପାଲଟି ଥିଲା। ମଦ ପିଇ ବେଦିରୁ ଉଠିଯାଇଥିଲେ ମଦୁଆ ବାର। ଥାନାରେ ମଙ୍ଗୁଳା କନ୍ୟାକୁ ବାହାହେବା ପାଇଁ ନେହୁରା ହେବାରୁ ପୋଲିସ ଉପସ୍ଥିତିରେ ପଡିଲା ବରଣମାଳା । ଆଜି କୋର୍ଟରେ ହେବ ରେଜିଷ୍ଟ୍ରି ମ୍ୟାରେଜ।

ରାଉରକେଲା ସାରନଗରୀ ଜଗନ୍ନାଥ ମନ୍ଦିରକୁ ବିବାହ ପାଇଁ ଆସିଥିବା ବନ୍ଧମୁଣ୍ଡା ଚମ୍ପାଗଡର ବର ଶଙ୍କର ପଣ୍ଡା ମଦ ନିଶାରେ ବେଦୀରୁ ଉଠିଯିବା ସହ ଭାଇ ସାଙ୍ଗରେ ମିଶି କନ୍ୟାପକ୍ଷକୁ ମାରଧର କରଥିବା ଅଭିଯୋଗରେ ଥାନାରେ ଅଟକ ଥିଲା । ପୋଲିସ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରର ଚେତା ପଶିବା ସହ ମଙ୍ଗୁଳା କନ୍ୟାକୁ ବିବାହ କରିବା ଲାଗି କନ୍ୟା ପକ୍ଷଙ୍କୁ କାକୁତି ମିନତି କରିଥିଲା।

ଗତକାଲି ସଂଧ୍ୟାରେ ଟାଙ୍ଗରପାଲି ଥାନାରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ବିବାହ ନେଇ ଚୁକ୍ତିନାମା ହେବାରୁ କନ୍ୟାଘର ଲୋକେ ମାମଲା ଫେରାଇ ନେଇଥିଲେ । ତେବେ କନ୍ୟାର ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇସାରିଥିବାରୁ ପୋଲିସ ଚୁକ୍ତିପତ୍ରକୁ କୋର୍ଟରେ ଦାଖଲ କରିବ । ତେଣୁ ଆଜି କୋର୍ଟରେ ପୋଲିସ ଚୁକ୍ତପତ୍ର ଦାଖଲ କରିବା ପରେ ଆଇନ ଅନୁଯାୟୀ ଦୁହିଁଙ୍କର କୋର୍ଟ ମ୍ୟାରେଜ ହେବ।

ଉଲ୍ଲେଖଯୋଗ୍ୟ,ଟାଙ୍ଗରପାଲୀ ଥାନା ଲେବର କଲୋନୀର ଅର୍ସୁଲ ପଣ୍ଡାଙ୍କ ଝିଅର ବିବାହ ଥିଲା ବନ୍ଧମୁଣ୍ଡା ଥାନା ଚମ୍ପାଗଡ ବସ୍ତିର ଶଙ୍କର ପଣ୍ଡାଙ୍କ ସହ । ତେବେ ବରଯାତ୍ରୀରେ ଆସିଥିବା ଲୋକେ ଅତ୍ୟଧିକ ମଦ୍ୟପାନ କରି ଗଣ୍ଡଗୋଳ କରିଥିଲେ । ଏପରିକି କନ୍ୟାପକ୍ଷ ଲୋକଙ୍କୁ ଅସଭ୍ୟ ବ୍ୟବହାର କରିବା ସହ ବରଯାତ୍ରୀ ମାରପିଟ କରିବାରୁ ରଣକ୍ଷେତ୍ର ପାଲଟିଲା ବିବାହ ମଣ୍ଡପ । ତେଣୁ ଅଧାରେ ବନ୍ଦ ହେଲା ବିବାହ । କ୍ଷତିପୂରଣ ଦାବିରେ ଝିଅ ଘର ଲୋକେ ଟାଙ୍ଗରପାଲି ଥାନା ଘେରାଉ କରିଥିଲେ।

ପଢନ୍ତୁ;

ବ୍ରେନ୍ ଟ୍ୟୁମର ପାଇଁ ହୋଇପାରେ ହୃଦ୍ ଘାତ ! ଜାଣନ୍ତୁ ଏହାର ଲକ୍ଷଣ

Related posts

ମୁଁ ବହୁତ ଦୁଃଖରେ ଅଛି, ଘରେ ଶୋଇ ପାରୁନି – ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ

ENO Beuro

ଯୁବପିଢ଼ିଙ୍କୁ ଘାରିଛି ସେଲ୍‌ଫି ନିଶା ! ସେଲ୍‌ଫି ଉଠାଉଥିବା ଯୁବକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌

ENO Beuro

ଏବେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କଲେ କ୍ଷତିପୂରଣ ସହ ୫ ବର୍ଷ ଜେଲ ଦଣ୍ଡ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More