SPORTS

ବିସିସିଆଇ ଦେଲା ମଞ୍ଜୁରୀ: ଆଇପିଏଲରେ ବ୍ୟବହାର ହେବ ଡିଆର୍‌ଏସ୍‌

“ଆଇପିଏଲରେ DRS “

ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଡିଆର୍‌ଏସ୍‌ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛି। ଫଳରେ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଖେଳାଳିମାନେ ଏହାର ବ୍ୟବହାର କରି ପାରିବେ।

ସୂଚନା ଅନୁଯାୟୀ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପ୍ରାୟ ଦୁଇ ବର୍ଷରୁ ଏହି ସିଷ୍ଟମକୁ ଲାଗୁ କରାଯାଉଛି। ଏବେ ବିସିସିଆଇ ଡିଆରଏସକୁ ଆଇପିଏଲରେ ଲାଗୁ କରିବା ନେଇ ବହୁତ ଉତ୍ସୁକ ରହିଛି। ତେଣୁ ଚଳିତ ବର୍ଷ ଆଇପିଏଲରେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

୨୦୧୬ରୁ ଭାରତ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡିଆର୍‌ଏସ୍‌ର ବ୍ୟବହାର କରୁଛି। ଆଇପିଏଲ୍‌ରେ ଡିଆର୍‌ଏସ୍‌ ଲାଗୁ କରିବା ଲାଗି ବିସିସିଆଇ ୨୦୧୭ରୁ ପ୍ରସ୍ତୁତ ରହିଛି। ୨୦୧୭ ଡିସେମ୍ବରରେ ବିସିସିଆଇ ୧୦ ସ୍ଥାନୀୟ ଅମ୍ପାୟାରଙ୍କୁ ବିଶାଖାପାଟନାରେ ଆଇସିସି ଅମ୍ପାୟାର ପ୍ରଶିକ୍ଷକ ଡେନିସ୍‌ ବର୍ନସ ଏବଂ ଅମ୍ପାୟାର ପଲ୍‌ ରିଫିଲ୍‌ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଉଲ୍ଲେଖଯୋଗ୍ୟ ଏଥର ଆଇପିଏଲ ମୁକାବିଲା ଏପ୍ରିଲ ୭ରୁ ଆରମ୍ଭ ହୋଇ ମେ ୨୭ ପର୍ୟ୍ୟନ୍ତ ଚାଲିବ। ଯେଉଁଥିରେ କ୍ରିକେଟ୍ ଦୁନିଆର ନାମୀ ଖେଳାଳି ସାମିଲ ହେବେ।

ପଢନ୍ତୁ;

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ଵାରା ହୋଇଥାଏ ଏହିସବୁ ଅସୁବିଧା ! ଜାଣିରଖନ୍ତୁ

Related posts

ଆଇସିସି ଟେଷ୍ଟ ମାନ୍ୟତା: ସପ୍ତମକୁ ଉଠିଲେ ଅଶ୍ଵିନ

ENO Beuro

ଆଇପିଏଲ୍‌ ୧୧: ରୟାଲ ଚ୍ୟାଲେଞ୍ଜର୍ସର ପ୍ରଥମ ବିଜୟ!

ENO Beuro

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More