30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଅଳ୍ପ ପବନ-ପ୍ରବଳ ବର୍ଷା

ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ବାତ୍ୟାର ରୂପ ନେଇପାରେ। ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ବେଳେ ୧୨ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ଏହା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା ଗୋପାଳପୁରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମକୁ ୫୧୦ କିଲୋମିଟର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୯୦କିଲୋମିଟର ଦୂର ପଶ୍ଚିମକୁ ରହିଛି। ଏବେ ଏହାର ବେଗ ଘଣ୍ଟାପ୍ରତି ୧୨ କିଲୋମିଟର ରହିଛି।

ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ପ୍ରଥମେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସଂଧ୍ୟାରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି । ଗୋପାଳପୁର ଓ ବିଶାଖାପାଟଣା ମଧ୍ୟ ଦେଇ କଳିଙ୍ଗପଟ୍ଟନମ ନିକଟରେ ଏହି ସ୍ଥଳଭାଗ ଅତିକ୍ରମ କରିପାରେ। ତେବେ ଏହାର ପ୍ରଭାବ କନ୍ଧମାଳ, ଗଞ୍ଜାମ, ରାୟାଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ଗଜପତି ଆଦି ଜିଲ୍ଲାରେ ବିଶେଷଭାବେ ଦେଖିବାକୁ ମିଳିବ। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଖାଲି ସେତିକି ନୁହେଁ ଏହାର ପ୍ରଭାବରେ ଏସବୁ ଅଞ୍ଚଳରେ ବର୍ଷା ହେବ। ରବିବାର ଓ ସୋମବାର ବର୍ଷା ଲାଗି ରହିବ। ବାତ୍ୟା ପ୍ରଭାବରେ ଅଳ୍ପ ପବନ, ମାତ୍ର ପ୍ରବଳ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି। କଳିଙ୍ଗପଟ୍ଟନମଠାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି।

ପଢନ୍ତୁ: ମିଳିଲା ଓଡ୍ରାଫ କର୍ମଚାରୀ ସୀତାରାମଙ୍କ ମୃତଦେହ

 

Related posts

କଂଗ୍ରେସରୁ ଇସ୍ତଫା ଦେବାକୁ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ଧମକ

Ratnamani Maharana

ଆଜି ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଦଳିବ ପାଗ

Ratnamani Maharana

ଏଣିକି ପୂର୍ଣ୍ଣ କ୍ଷମତା ଓ ଶନିବାର ଛୁଟିରେ ଚାଲିବ ସରକାରୀ ଅଫିସ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More