EnewsOdia.Com

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ବାଲି ବସ୍ତାକୁ ଫାଶୀ ଦେଇ ଫାଶ ପରୀକ୍ଷା କଲେ ଜେଲ୍‌ କର୍ତ୍ତୃପକ୍ଷ

ପଟିଆଲା ହାଉସ କୋର୍ଟ ପକ୍ଷରୁ ଗତ ୭ ତାରିଖରେ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇସାରିଛି  । ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଚାରି ଦୋଷୀଙ୍କୁ ସମ୍ପ୍ରତି ଜେଲ୍‌ ନମ୍ବର ୨ ଓ ୪ରେ ରଖାଯାଇଛି। ଏହାରି ମଧ୍ୟରେ ତିହାର ଜେଲରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଦୋଷୀମାନଙ୍କୁ ଫାଶୀ ଦେବା ଆଗରୁ ରବିବାର ଦିନ ତିହାର ଜେଲ୍‌ କର୍ତ୍ତୃପକ୍ଷ ଜେଲ୍‌ ମଧ୍ୟରେ ‘ମକ୍‌ ହ୍ୟାଙ୍ଗିଙ୍ଗ୍‌’ (ମିଛିମିଛିକା ଫାଶୀ) କରିଛନ୍ତି।

‘ମକ୍‌ ହ୍ୟାଙ୍ଗିଙ୍ଗ୍‌’ ପାଇଁ ତିହାର ଜେଲ୍‌ର କର୍ମଚାରୀମାନେ ଅଖା ବସ୍ତାରେ ଟେକାପଥର ଓ ବାଲି ଭର୍ତ୍ତିକରି ସମ୍ପୃକ୍ତ ଅପରାଧୀଙ୍କ ଓଜନ ଅନୁସାରେ ‘ଡମି’ ବା ପୁତ୍ତଳିକା ତିଆରି କରିଥିଲେ। କିନ୍ତୁ, ଏହି ‘ଡମି’ ବା ପୁତ୍ତଳିକାକୁ ଫାଶୀ ଦେବା ନିମନ୍ତେ ଜହ୍ଲାଦ ପବନଙ୍କୁ ଡକାଯାଇ ନ ଥିଲା। ଜେଲ୍‌ ଜଣେ କର୍ମଚାରୀ ଏଗୁଡ଼ିକୁ ଫାଶୀଖୁଣ୍ଟରେ ଝୁଲାଇ ଥିଲେ। ବିହାରର ବକ୍ସର୍‌ ଜେଲ୍‌ର କଏଦୀମାନେ ଏହି ଫାଶୀ ଦଉଡ଼ି ବଳିଛନ୍ତି।

ପଢନ୍ତୁ: କଟକର ଆଇନକ୍ସରେ ‘ଛପାକ୍‌’ ଦେଖିଲେ ଓଡିଶାର ୫ ଏସିଡ୍‌ ପୀଡ଼ିତା

ସମ୍ବନ୍ଧିତ ଖବର

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କଲା WHO

Ratnamani Maharana

ରାକେଶ ଶର୍ମାଙ୍କ ବାଇଓପିକରେ ନଜର ଆସିବେ ଅମିର

Ratnamani Maharana

ସ୍ଥାପିତ ହେଲା ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ

Ratnamani Maharana

ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana